Categories: ଜାତୀୟ

ଦିଲ୍ଲୀ ବିଧାନସଭା ନିର୍ବାଚନ: ଭାଜପା ଜାରି କଲା ୫୭ପ୍ରାର୍ଥୀଙ୍କ ତାଲିକା, ୪ମହିଳାଙ୍କୁ ବି ମିଳିଲା ଟିକେଟ

ନୂଆଦିଲ୍ଲୀ,୧୭।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଶୁକ୍ରବାର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ୫୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିବା ବେଳେ ଏଥିରେ ୪ଜଣ ମହିଳାଙ୍କୁ ଟିକେଟ ଦିଆଯାଇଥିବା ଜଣାପଡ଼ିଛି। ଭାଜପା ତିମାରପୁରରୁ ସୁରେନ୍ଦ୍ର ସିଂହ ବିଟୁଙ୍କୁ ଟିକେଟ ଦେଇଥିବା ବେଳେ ରିଠାଲାରୁ ମନୀଷ ଚୌଧୁରୀ, ବବାନାରୁ ରବୀନ୍ଦ୍ର କୁମାର, ରୋହିଣୀରୁ ବିଜେନ୍ଦ୍ର ଗୁପ୍ତାଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି। ସେହିପରି ଆମ ଆଦମୀ ପାର୍ଟିକୁ ଛାଡି ଭାଜପାରେ ସାମିଲ ହୋଇଥିବା କପିଲ ମିଶ୍ରାଙ୍କୁ ମଡେଲ ଟାଉନରୁ ଟିକେଟ ମିଳିଛି। ସେହିଭଳି ଶାଲିମାର ବାଗରୁ ରେଖା ଗୁପ୍ତାଙ୍କୁ ଟିକେଟ ମିଳିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଦିଲ୍ଲୀରେ ୭୦ ବିଧାନସଭା ଆସନ ପାଇଁ ଫେବୃୟାରୀ ୮ରେ ନିର୍ବାଚନ ହେବାକୁ ଥିବା ବେଳେ ୧୧ରେ ଫଳାଫଳ ଆସିବ।

Share