Categories: ଜାତୀୟ

ଦିଲ୍ଲୀ ବିଧାନସଭା ପାଇଁ ୧୪ ପ୍ରାର୍ଥୀଙ୍କ ନାମ ଚୁଡାନ୍ତ କଲା କଂଗ୍ରେସ

ନୂଆଦିଲ୍ଲୀ,୧୩।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ସୋମବାର କଂଗ୍ରେସ ତା’ର ସେଣ୍ଟ୍ରାଲ ଇଲକେଶନ୍‌ କମିଟି ବୈଠକରେ ୧୪ ଜଣ ପ୍ରାର୍ଥୀଙ୍କ ନାମ ଚୁଡାନ୍ତ କରିଥିବା ଜଣାପଡିଛି। ବିଶେଷ ସୂତ୍ରରୁ ମିଳିଥିବା ଏହି ସୂଚନା ଅନୁଯାୟୀ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଆମ୍‌ ଆଦମୀ ପାର୍ଟି(ଏଏପି) ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ଯାଇ କଂଗ୍ରେସ ତା’ର ପ୍ରାର୍ଥୀଙ୍କର ନାଁ ଘୋଷଣା କରିବ ବୋଲି ଜଣାପଡିଛି। ଏଥିର ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ରୋଚକ ହେବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ଗୋଟିଏ ପଟେ ଶାସକ ଏଏପି ପୁଣିଥରେ ଶାସନ ଭାର ହାତକୁ ନେବାକୁ ଚେଷ୍ଟା କରୁଥିବା ବେଳେ ଭାଜପା ମଧ୍ୟ କଡା ଟକ୍କର ଦେବ। ସେମିତି କିଛିଦିନ ହେବ ଦେଶର ବିଭିନ୍ନ ସ୍ଥାନରେ କଂଗ୍ରେସର ଭଲ ପ୍ରଦର୍ଶନ ଯୋଗୁ ସେ ମଧ୍ୟ ଆଶାୟୀ ବୋଲି କୁହାଯାଉଛି।

Share