Categories: ଜାତୀୟ

ଦିଲ୍ଲୀ ବିଧାନସଭା ବାଚସ୍ପତିଙ୍କୁ ୬ମାସ ଜେଲ୍‌

ନୂଆଦିଲ୍ଲୀ,୧୮।୧୦:ଦିଲ୍ଲୀ ବିଧାନସଭାର ବାଚସ୍ପତି ରାମନିବାସ ଗୋଏଲଙ୍କୁ ୬ମାସ ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯାଇଛି। ଦିଲ୍ଲୀର ରାଉଜ୍‌ ଏଭେନ୍ୟୁ କୋର୍ଟ ଶୁକ୍ରବାର ରାମନିବାସଙ୍କ ଏକ ମାମଲାର ଶୁଣାଣି କରି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୫ ଫେବୃୟାରୀରେ ଭାଜପା ନେତା ତଥା ବିଲ୍ଡର ମନୀଷ ଘାଇଙ୍କ ବିବେକ ବିହାରସ୍ଥିତ ଘରେ ରାମନିବାସ ଓ ତାଙ୍କର କିଛି ସମର୍ଥକ ଜବରଦସ୍ତି ପଶିଯାଇଥିଲେ। ଏଥିସହ ତାଙ୍କ ଘରେ ଭଙ୍ଗାରୁଜା କରିଥିଲେ। ଏହି ମାମଲା କୋର୍ଟରେ ପହଞ୍ଚିଥିବା ବେଳେ ଗତ ଶୁକ୍ରବାର ଏହାର ଶୁଣାଣି କରି ରାମନିବାସଙ୍କୁ କୋର୍ଟ ଦୋଷୀ ସାବସ୍ତ୍ୟ କରିଥିଲେ। ଏଥିସହ ୧୦ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ ଦେବା ସହ ଆଗାମୀ ଶୁଣାଣି ପାଇଁ ଅକ୍ଟୋବର ୧୮କୁ ରାୟ ସଂରକ୍ଷିତ ରଖିଥିଲେ।

Share