ଦିଲ୍ଲୀ ବିମାନବନ୍ଦରରେ ପ୍ରଦୂଷଣ : ୪ ଏୟାର ଇଣ୍ଡିଆ ବିମାନ ବାତିଲ୍‌, ୧୨ଟିର ପଥ ପରିବର୍ତ୍ତନ

ଭୁବନେଶ୍ୱର,୪ା୧୧(ବ୍ୟୁରୋ) : ଦିଲ୍ଲୀ ବିମାନବନ୍ଦରରେ ପ୍ରଦୂଷଣଜନିତ ଖରାପ ପାଗ ଯୋଗୁ ଏୟାର ଇଣ୍ଡିଆ ରବିବାର ୪ଟି ବିମାନ ବାତିଲ୍‌ କରିଦେଇଛି। (ଏଆଇ୪୬୭/୪୬୮) ଦିଲ୍ଲୀ-ବିଜୟଓ୍ବାଡ଼ା-ଦିଲ୍ଲୀ, (ଏଆଇ୪୭୩/୪୭୪) ଦିଲ୍ଲୀ-ଭୁବନେଶ୍ୱର-ଦିଲ୍ଲୀ, (ଏଆଇ୮୫୩/୮୫୪) ଦିଲ୍ଲୀ-ପୁନେ-ଦିଲ୍ଲୀ, (ଏଆଇ୮୦୧/୮୦୨) ଦିଲ୍ଲୀ-ବେଙ୍ଗାଲୁରୁ-ଦିଲ୍ଲୀ ବିମାନକୁ ବାତିଲ୍‌ କରାଯାଇଛି। ପ୍ରଦୂଷଣ ଯୋଗୁ ଆକାଶରେ ଧୂଅଁା ଓ ଧୂଳି ଭର୍ତ୍ତି ହୋଇଥିବାରୁ ଆଲୋକ କମ୍‌ ଅର୍ଥାତ୍‌ ପଥ ଦୃଶ୍ୟମାନ ହେଉ ନ ଥିବାରୁ ଏହି ୪ଟି ବିମାନ ବାତିଲ୍‌ କରାଯାଇଛି। ଏଥିସହ ପଥ ପରିବର୍ତ୍ତନ, ଉଡ଼ାଣରେ ବିଳମ୍ବ ଓ ପରିଚାଳନାରେ ସମସ୍ୟା ହେଉଥିବା ଜଣାପଡ଼ିଛି। ରବିବାର ଦିଲ୍ଲୀକୁ ଉଡ଼ାଣ ଭରୁଥିବା ୧୨ଟି ବିମାନର ଗତିପଥ ଅପରାହ୍ନରେ ପରିବର୍ତ୍ତନ କରାଯାଇଥିଲା। ତନ୍ମଧ୍ୟରୁ ୬ଟିକୁ ଜୟପୁର, ୪ଟି ଅମୃତସର ଓ ୨ଟିକୁ ଲକ୍ଷ୍ନୌକୁ ପଥ ପରିବର୍ତ୍ତନ କରାଯାଇଥିଲା। ଏହା ବ୍ୟତୀତ ଅନ୍ୟ ଘରୋଇ ବିମାନ ସଂସ୍ଥାର ୧୧ଟି ବାତିଲ୍‌ ଏବଂ ୨୫ଟିର ପଥ ପରିବର୍ତ୍ତନ କରାଯାଇଛି।

Share