Categories: ଜାତୀୟ

ଦିଲ୍ଲୀ ବିମାନ ବନ୍ଦରରେ ଶାହ ଫୈସଲ ଅଟକ

ନୂଆଦିଲ୍ଲୀ,୧୪।୮: ପୂର୍ବତନ ଆଇଏସ୍‌ ଅଧିକାରୀ ତଥା ଜମ୍ମୁ-କଶ୍ମୀର ପିପୁଲ୍ସ୍‌ ମୁଭମେଣ୍ଟର ଅଧ୍ୟକ୍ଷ ଶାହ ଫୈସଲଙ୍କୁ ବୁଧବାର ଦିଲ୍ଲୀ ବିମାନ ବନ୍ଦରରେ ପୋଲିସ ଅଟକ ରଖିଛି। ଶାହ ବିଦେଶ ଗସ୍ତ କରୁଥିବା ସମୟରେ ପୋଲିସ ବିମାନବନ୍ଦରରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରୁ ପୁଣି କଶ୍ମୀରକୁ ପଠାଇ ଦିଆଯାଇଛି। ଏଥିସହ ଶାହ ଫୈସଲଙ୍କୁ ତାଙ୍କ ଘରେ ନଜରବନ୍ଦୀ ରଖାଯାଇଥିବା ନେଇ ସୂଚନା ମିଳିଛି। ଯେବେଠାରୁ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ସେହି ଦିନରୁ ଫୈସଲ ବିବାଦୀୟ ବୟାନ ଦେଉଥିବା ଅଭିଯୋଗ ହୋଇଛି। ବୁଧବାର ମଧ୍ୟ ଶାହ କଶ୍ମୀର ଉପରେ ବିବାଦୀୟ ବୟାନ ଦେଇଥିଲେ।

Share