ବେଙ୍ଗାଲୁରୁ,୨୫।୫: ପାଖାପାଖି ୨ ମାସ ପରେ ସୋମବାରଠାରୁ ଘରୋଇ ବିମାନ ସେବା ଆରମ୍ଭ ହୋଇଛି। ଏହି ଅବସରରେ ଦିଲ୍ଲୀରୁ ଏକ ବିମାନ ବେଙ୍ଗାଲୁରୁରେ ପହଞ୍ଚିଥିଲା। ଏହି ବିମାନରେ ଜଣେ ୫ ବର୍ଷର ଶିଶୁ ଏକୁଟିଆ ଯାତ୍ରା କରିଥିଲେ। ବିହାନ ଶର୍ମା ନାମକ ଏହି ଶିଶୁ ଜଣଙ୍କ ଗତ ୩ ମାସ ହେବ ଦିଲ୍ଲୀରେ ନିଜ ଜେଜେଙ୍କ ଘରେ ଥିଲେ। ତାଙ୍କ ମାତା ପିତା ବେଙ୍ଗାଲୁରରେ ରୁହନ୍ତି। ବିହାନ ଦିଲ୍ଲୀ ବୁଲିବାକୁ ଯାଇଥିବା ବେଳେ ଲକ୍ଡାଉନ୍ ଯୋଗୁ ସେଠାରେ ଅଟକି ଯାଇଥିଲେ। ଦେଶରେ ବିମାନ ସେବା ଆରମ୍ଭ ହେବା ପରେ ବିହାନ ଦିଲ୍ଲୀରୁ ବିମାନ ଯୋଗେ ବେଙ୍ଗାଲୁରୁ ଏକୁଟିଆ ଆସିଥିଲେ। ବିମାନବନ୍ଦରରେ ତାଙ୍କ ମା’ ମଞ୍ଜରୀ ଶର୍ମା ଉପସ୍ଥିତ ଥିଲେ। ୩ ମାସ ପରେ ମା’ଙ୍କୁ ଦେଖି ବିହାନ ତାଙ୍କୁ କୋଳାଗ୍ରତ କରିଥିଲେ।