ଦିଲ୍ଲୀ ଭାଜପା ଅଧ୍ୟକ୍ଷ ଆଦେଶ ଗୁପ୍ତା ଅଟକ

ନୂଆଦିଲ୍ଲୀ, ୭।୬: ଦିଲ୍ଲୀ ଭାଜପା ଅଧ୍ୟକ୍ଷ ଆଦେଶ କୁମାର ଗୁପ୍ତାଙ୍କୁ ପୋଲିସ ଅଟକ ରଖିଛି। ସେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସରକାରଙ୍କ ନିଷ୍ପତ୍ତି ବିରୋଧରେ ରାଜଘାଟରେ ପ୍ରଦର୍ଶନ କରୁଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଛି। ସୋମବାରଠାରୁ ଦିଲ୍ଲୀ ସୀମା ଖୋଲାଯିବ ତେବେ ବାହାରର କୌଣସି ଲୋକଙ୍କୁ ଦିଲ୍ଲୀର ସରକାରୀ ଅବା ଘରୋଇ ହସ୍ପିଟାଲରେ ଚିକିତ୍ସା ସୁଯୋଗ ମିଳିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ରବିବାର ଘୋଷଣା କରିଥିଲେ। ଏହି ଘୋଷଣା ଜାରି ହେବାର କିଛି ସମୟ ପରେ ଭାଜପା ଅଧ୍ୟକ୍ଷଙ୍କ ସମେତ ଅନ୍ୟ ଦଳୀୟ ନେତା ରାଜଘାଟ ପହଞ୍ଚି ସରକାରଙ୍କ ନିଷ୍ପତ୍ତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୋଲିସ ସେଠାରେ ପହଞ୍ଚି ଆଦେଶଙ୍କ ସମେତ ଅନ୍ୟ ନେତାଙ୍କ ଗିରଫ କରି ରାଜେନ୍ଦ୍ର ନଗର ପୋଲିସ ଷ୍ଟେଶନରେ ଅଟକ ରଖିଥିବା କୁହାଯାଉଛି।

Share