ନୂଆଦିଲ୍ଲୀ,୨।୯: ଦିଲ୍ଲୀ-ମିରଟ ଏକ୍ସପ୍ରେସ୍ ଓ୍ବେର ଦୁଇ କଡରେ ଏବେ ପାଖାପାଖି ୧ ଲକ୍ଷ ଗଛ ଲାଗିବ ବୋଲି ଜଣାପଡିଛି। ନ୍ୟାଶନାଲ ହାଇଓ୍ବେ ଅଥରିଟଇ ଅଫ୍ ଇଣ୍ଡିଆ(ଏନ୍ଏଚ୍ଏଆଇ) ଦ୍ୱାରା ଏହା ଲଗାଯିବ ବୋଲି ସୂଚନା ମିଳିଛି। ତେବେ ଏନ୍ଏଚ୍ଏଆଇ ଏହି ରାସ୍ତା ନିର୍ମାଣ ସମୟରେ ପାଖାପାଖି ୩୭ ହଜାର ଗଛ କାଟିଥିଲା। ଏହାକୁ ପୂରଣ କରିବାକୁ ଯାଇ ଏବେ ଏନ୍ଏଚ୍ଏଆଇ ପକ୍ଷରୁ ଏହି ଗଛ ଲଗାଯିବ ବୋଲି କୁହାଯାଉଛି।