Categories: ଜାତୀୟ

ଦିଲ୍ଲୀ-ମୁମ୍ବାଇ ତାପମାତ୍ରା ଭାଙ୍ଗିବ ରେକର୍ଡ; ଏପ୍ରିଲ୍‌ରେ ହେବ ଅଧିକ ଗରମ: ପାଣିପାଗ ବିଭାଗ

ନୂଆଦିଲ୍ଲୀ,୧୯।୨: ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଦିଲ୍ଲୀ-ମୁମ୍ବାଇ ତାପମାତ୍ରା ପୂର୍ବର ରେକର୍ଡ ଭାଙ୍ଗିବ। ଏହା ସହିତ ଏପ୍ରିଲ୍‌ରେ ଏହି ଦୁଇ ଅଞ୍ଚଳରେ ତାପମାତ୍ରାରେ ୧ରୁ ୧.୫ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତ ୧୦ ଦିନ ମଧ୍ୟରେ ଦିଲ୍ଲୀର ତାପମାତ୍ରା ୫ ଡିଗ୍ରୀ ବଢ଼ିଥିବା ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଦର୍ଶାଯାଇଛି। ମାର୍ଚ୍ଚ-ଏପ୍ରିଲ୍‌ରେ ଦିଲ୍ଲୀର ତାପମାତ୍ରା ଅପେକ୍ଷାକୃତ ଅଧିକ ରହିବ। ସେହିପରି ମୁମ୍ବାଇର ତାପମାତ୍ରା ମଧ୍ୟ ସାଧାରଣଠାରୁ ଅଧିକ ରହିବ। ୧୯୬୬ ଫେବୃୟାରୀ ୨୫ରେ ମୁମ୍ବାଇର ତାପମାତ୍ରା ୩୯.୬ ଡିଗ୍ରୀ ରେକର୍ଡ କରାଯାଇଥିଲା। ଚଳିତ ଥର ମୁମ୍ବାଇର ତାପମାତ୍ରା ଫେବୃୟାରୀ ୧୭ରେ ୩୮.୧ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ୧୮ ଫେବୃୟାରୀରେ ଏହା ୩୯ ଡିଗ୍ରୀରେ ପହଞ୍ଚିଛି। ଏହା ପୁଣି ବଢ଼ିବ ବୋଲି ପାଣିପାଗ ବିଭାଗ କହିଛି।

Share