Categories: ଜାତୀୟ

ଦିଲ୍ଲୀ, ମେଘାଳୟ ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୨୩ା୫(ପି.ଟି.): ଜଷ୍ଟିସ୍‌ ଧିରୁଭାଇ ନାରାନଭାଇ ପଟେଲଙ୍କୁ ଦିଲ୍ଲୀ ହାଇକୋର୍ଟ ଓ ଜଷ୍ଟିସ୍‌ ଅଜୟ କୁମାର ମିତ୍ତଲଙ୍କୁ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି। ଜଷ୍ଟିସ୍‌ ପଟେଲ ଏବେ ଝାଡ଼ଖଣ୍ଡ ହାଇକୋର୍ଟରେ ଥିବାବେଳେ ଜଷ୍ଟିସ୍‌ ମିତ୍ତଲ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଅବସ୍ଥାପିତ ଅଛନ୍ତି। ଜଷ୍ଟିସ୍‌ ପଟେଲ ଜୁନ୍‌ ୭ରୁ ଓ ଜଷ୍ଟିସ୍‌ ମିତ୍ତଲ ମେ ୨୮ରୁ ନୂଆ ପଦବୀ ସମ୍ଭାଳିବେ ବୋଲି ଆଇନ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ସେହିପରି ତଲଓ୍ବନ୍ତ ସିଂ, ରଜନୀଶ ଭଟନାଗର, ଆଶା ମେନେନ ଓ ବ୍ରଜେଶ ସେଟିଙ୍କୁ ମଧ୍ୟ ଦିଲ୍ଲୀ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ମିଳିଛି।

Share