ଦିଲ୍ଲୀ ମେଟ୍ରୋର ୨୦ କର୍ମଚାରୀ କରୋନା ପଜିଟିଭ

ନୂଆଦିଲ୍ଲୀ,୫।୬: ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେଶନ(ଡିଏମ୍‌ଆର୍‌ସି)ର ପାଖାପାଖି ୨୦ ଜଣ କର୍ମଚାରୀ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି। ଏମାନଙ୍କ ପାଖରେ ସେମିତି କିଛି ଲକ୍ଷଣ ନ ଥିଲେ ମଧ୍ୟ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ଏବେ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ଏକ ପ୍ରକାର ଛନକା ପଶିଯାଇଛି। ତେବେ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ଏମାନେ ଖୁବ୍‌ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ଡିଏମ୍‌ଆର୍‌ସିର ମ୍ୟାନେଜିଙ୍ଗ ଡାଇରେକ୍ଟର ଡ. ମଙ୍ଗୁ ସିଂ କରୋନା ପୀଡିତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ କର୍ମଚାରୀମାନେ ପରସ୍ପର ମଧ୍ୟରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବାକୁ ସେ କହିଛନ୍ତି।

Share