ନୂଆଦିଲ୍ଲୀ,୧୪।୧୧: ଆସନ୍ତା ବର୍ଷ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଏମସିଡି ମେୟର ନିର୍ବାଚନରେ ଆମ ଆଦମୀ ପାର୍ଟି (ଏଏପି) ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏଏପି ପ୍ରାର୍ଥୀ ମହେଶ କୁମାର ଖିଞ୍ଚି ଜିତିଛନ୍ତି। ୧୦ ଏଏପି କାଉନସିଲର ଭାଜପା ପାଇଁ ଭୋଟ ଦେଇଛନ୍ତି। ଏହା ସତ୍ତ୍ୱେ ମଧ୍ୟ ଏଏପି ଜିତିଛି।
ଏହି ନିର୍ବାଚନରେ ମୋଟ ୨୬୫ ଭୋଟ ପଡିଥିଲା। ମହେଶଙ୍କୁ ମୋଟ ୧୩୫ ଭୋଟ ମିଳିଥିଲା କିନ୍ତୁ ତାଙ୍କର ଦୁଇଟି ଭୋଟ ଅବୈଧ ଘୋଷିତ ହୋଇଥିଲା ଯାହା ପରେ ତାଙ୍କୁ ୧୩୩ ବୈଧ ଭୋଟ ମିଳିଥିଲା। ମହେଶ କୁମାର ଦେବ ନାଗର (ୱାର୍ଡ ନମ୍ବର ୮୪ )ର ଜଣେ କାଉନସିଲର ଅଟନ୍ତି। ଭାଜପାର କିଶନ ଲାଲଙ୍କୁ ୧୩୦ ଭୋଟ ମିଳିଛି। ଏଏପି ତିନୋଟି ଭୋଟରେ ବାଜି ମାରିନେଇଛି