ଦିଲ୍ଲୀ ରାଜପଥରେ ୭୧ତମ ସାଧାରଣତନ୍ତ୍ର ଦିବସ: ଗଡ଼ିଲା ଓଡ଼ିଶାର ରୁକୁଣା ରଥର ପ୍ରଜ୍ଞାପନ ମେଢ଼

ପୁରୁଣା ଭୁବନେଶ୍ୱର, ୨୬। ୧ (ଡି.ଏନ.ଏ.): ଦିଲ୍ଲୀରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସରେ ଓଡ଼ିଶାର ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ପ୍ରଜ୍ଞାପନ ମେଢ ରବିବାର ଗଡିଛି। ୪୦ ଫୁଟିଆ ଟ୍ରଲରରେ ଶ୍ରୀଲିଙ୍ଗରାଜ ମନ୍ଦିର, ନାଟ ମଣ୍ଡପ, ଭୋଗ ମଣ୍ଡପ, ପ୍ରତିକୃତି ସହ ବୃଷଭ ମଧ୍ୟ ରହିଛି। ୪୦ ବର୍ଷରୁ ଊର୍ଦ୍ଧ୍ୱ ଧରି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ନିର୍ମାଣ କରୁଥିବା ମହାରଣା ସେବାୟତ ସୋମନାଥ ମହାରଣାଙ୍କ ସହ ନିରଞ୍ଜନ ମହାରଣା ଏହି ପ୍ରଜ୍ଞାପନ ମେଢ ତିଆରି କରି କମାଲ ଦେଖାଇଛନ୍ତି। ଏହାକୁ ଶେଷ କରିବା ପରେ ବିଭାଗକୁ ହସ୍ତାନ୍ତର କରିଥିଲେ। ଏମାନଙ୍କ ସହ ଅଶୋକ ମହାରଣା ନାମକ ଅନ୍ୟ ଜଣେ ଶିଳ୍ପୀ ଡିସେମ୍ବର ୨୯ ତାରିଖରୁ ପ୍ରାୟ ୨୪ ଦିନ ଧରି ରଥଟିକୁ ନିର୍ମାଣ କରଥିଲେ। ରଥ ଭିତରେ ମଟର ଲାଗିଛି। ପ୍ରଜ୍ଞାପନ ମେଢ ଗଡିବା ସହ ମଟର ଚାଲିଲେ ରଥ ଗଡ଼ିବା ଦୃଶ୍ୟ ହେବ। ପ୍ରାୟ ୮ କିମି ଦୂରରେ କାର୍ଯ୍ୟକ୍ରମ ସ୍ଥଳକୁ ମେଢ ଗଡିବ।

Share