Categories: ଜାତୀୟ

ଦିଲ୍ଲୀ ସର୍ବାଧିକ ପ୍ରଦୂଷିତ ରାଜଧାନୀ

ନୂଆଦିଲ୍ଲୀ, ୨୬ା୨(ପି.ଟି.): ଦିଲ୍ଲୀ ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ରାଜଧାନୀ ସହର ଭାବେ ପରିଗଣିତ ହୋଇଛି। ଓ୍ବାଲର୍‌ଡ ଏୟାର୍‌ କ୍ୱାଲିଟି ରିପୋର୍ଟ-୨୦୧୯ ରିପୋର୍ଟ ଅନୁଯାୟୀ ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ୩୦ ସହର ମଧ୍ୟରେ ଭାରତର ୨୧ ସହର ରହିଛି। ଗାଜିଆବାଦ୍‌ ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର ଭାବେ ରିପୋର୍ଟରେ ଦର୍ଶାଯାଇଛି। ଏହା ପଛକୁ ରହିଛି ଆମେରିକାର ହ୍ୟୁଷ୍ଟନ୍‌, ପାକିସ୍ତାନର ଗୁଜ୍‌ରନ୍‌ଓ୍ବାଲା ଓ ଫୈସଲାବାଦ ଏବଂ ଭାରତର ଦିଲ୍ଲୀସହର। ଭାରତର ଅନ୍ୟ ପ୍ରଦୂଷିତ ସହରଗୁଡ଼ିକ ମଧ୍ୟରେ ରହିଛି ନୋଏଡା, ଗୁରୁଗ୍ରାମ୍‌, ଗ୍ରେଟର ନୋଏଡା, ବାନ୍ଧଓ୍ବାରି, ଲକ୍ଷ୍ନୌ, ବୁଲନ୍ଦସହର, ମୁଜାଫରନଗର, ବାଘ୍‌ପତ୍‌, ଜିଣ୍ଡ୍‌, ଫରିଦାବାଦ, କୋରଟ୍‌, ଭିଓ୍ବାଡି, ପାଟନା, ପଲ୍‌ଓ୍ବାଲ, ମୁଜାଫରପୁର, ହିସାର, ଯୋଧପୁର ଓ ମୋରାଦାବାଦ। ବିଶ୍ୱର ପଞ୍ଚମ ପ୍ରଦୂଷିତ ଦେଶ ଭାବେ ଭାରତ ସ୍ଥାନ ପାଇଥିବା ବେଳେ ବାଂଲାଦେଶ, ପାକିସ୍ତାନ, ମଙ୍ଗୋଲିଆ ଓ ଆଫଗାନିସ୍ତାନ ପଛକୁ ରହିଛି।

Share