ଦିଲ୍ଲୀ ସିଂହାସନ: ୨୨ବର୍ଷ ଧରି ଦୂରରେ ଭାଜପା

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀରେ କ୍ଷମତା ଦଖଲ କରିବା ପାଇଁ ଭାଜପା ଦେଖିଥିବା ସ୍ବପ୍ନ ମଉଳି ଯାଇଛି। ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ପୁଣିଥରେ ଶାସନ ଡୋରି ଧରିବା ନିଶ୍ଚିତ ହୋଇଛି। ଶେଷଥର ପାଇଁ ୧୯୯୩ରେ ଦିଲ୍ଲୀ ବିଧାନସଭାରେ କ୍ଷମତା ଦଖଲ କରିଥିଲା। ଭାଜପା ସରକାର ୧୯୯୮ ପର୍ଯ୍ୟନ୍ତ ଶାସନ କରିଥିଲେ। ଭାଜପା ୧୯୯୮ଠାରୁ ୨୦୨୦ ପର୍ଯ୍ୟନ୍ତ ଗତ ୨୨ ବର୍ଷ ଧରି ଦିଲ୍ଲୀ ଶାସନଠାରୁ ଦୂରରେ ରହିଛି। ୧୯୯୮ ନିର୍ବାଚନରେ କଂଗ୍ରେସ ଦିଲ୍ଲୀ ଦଖଲ କରିଥିଲା। ୨୦୦୩ ଏବଂ ୨୦୦୮ରେ ମଧ୍ୟ ଦିଲ୍ଲୀ ସିଂହାସନରେ କଂଗ୍ରେସ ବସିଥିଲା। ତେବେ ୨୦୧୩ରେ ଏଏପି କ୍ଷମତା ଦଖଲ କରିଥିଲା। ତେବେ ୨୦୧୪ ଫେବୃୟାରୀ ୧୪ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ୪୮ ଦିନ ପରେ ଭାଙ୍ଗି ଯାଇଥିଲା। ଏହାପରେ ଦିଲ୍ଲୀରେ ୨୦୧୪ ଫେବୃୟାରୀ ୧୫ଠାରୁ ୨୦୧୫ ଫେବୃୟାରୀ ୧୩ ପର୍ଯ୍ୟନ୍ତ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା। ୨୦୧୫ରେ ହୋଇଥିବା ବିଧାନସଭା ନିର୍ବାଚନରେ ଏଏପି ସଂଖ୍ୟାଗରିଷ୍ଠତା ହାସଲ କରି ଦିଲ୍ଲୀରେ ଶାସନ କରିଥିଲା। କେଜରିଓ୍ବାଲଙ୍କ ନେତୃତ୍ୱରେ ଏଏପି ଦିଲ୍ଲୀର ୭୦ ବିଧାନସଭା ଆସନରୁ ୬୭ରେ ବିଜୟୀ ହୋଇଥିଲା। ଅନ୍ୟ ୩ଟି ଆସନ ଭାଜପା ଖାତାକୁ ଯାଇଥିଲା।

Share