Categories: ଜାତୀୟ

ଦିଲ୍ଲୀ ହସ୍ପିଟାଲରେ କେବଳ ହେବ ଦିଲ୍ଲୀବାସୀଙ୍କ ଚିକିତ୍ସା: କେଜରିଓ୍ବାଲ

ନୂଆଦିଲ୍ଲୀ,୭।୬: କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସାକୁ ନେଇ ରବିବାର ଦିଲ୍ଲୀ ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି, ଦିଲ୍ଲୀର ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ କେବଳ ଦିଲ୍ଲୀବାସୀଙ୍କର ଚିକିତ୍ସା କରାଯିବ। ହେଲେ ଦିଲ୍ଲୀରେ ଥିବା କେନ୍ଦ୍ର ସରକାରଙ୍କ ହସ୍ପିଟାଲରେ ସମସ୍ତଙ୍କ ଚିକିତ୍ସା କରାଯାଇ ପାରିବ। ଦିଲ୍ଲୀର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରବିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଜୁନ୍‌ ଶେଷ ବେଳକୁ ୧୫ ହଜାର କରୋନା ରୋଗୀଙ୍କ ପାଇଁ ବେଡ୍‌ର ଆବଶ୍ୟକତା ପଡିବ।

Share