ଦିଲ୍ଲୀ ହସ୍ପିଟାଲର ୩୧ କର୍ମଚାରୀଙ୍କୁ କରୋନା

ନୂଆଦିଲ୍ଲୀ,୨୬।୪(ପି.ଟି.): ଦିଲ୍ଲୀର ବାବୁ ଜଗଜ୍ଜୀବନ ରାମ ହସ୍ପିଟାଲରେ ୧୧ ଡାକ୍ତରଙ୍କ ସମେତ ୩୧ କର୍ମଚାରୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ଏଲ୍‌ଏନ୍‌ଜେପି ହସ୍ପିିଟାଲ, ରାଜୀବ ଗାନ୍ଧୀ ସୁପର ସ୍ପେଶିଆଲିଟି ହସ୍ପିଟାଲ ଓ ଅନ୍ୟ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟମାନଙ୍କୁ କ୍ୱାରାଣ୍ଟାଇନ କେନ୍ଦ୍ରକୁ ପଠାଇଦିଆଯାଇଛି। ଗୁରୁବାର ଉକ୍ତ ହସ୍ପିଟାଲର ୭ ଡାକ୍ତର ଓ ୭ କର୍ମଚାରୀଙ୍କୁ କରୋନା ସଂକ୍ରମିତ ହୋଇଥିବାବେଳେ ଶନିବାର ତାହା ୩୧କୁ ବୃଦ୍ଧି ପାଇଛି। ଏତେସଂଖ୍ୟାରେ ସଂକ୍ରମଣର ସମ୍ଭାବ୍ୟ କାରଣ ଉତ୍ତର ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଲକ୍ଷଣ ନ ଥାଇ ଆସୁଥିବା ଅନେକ ଲୋକ ସଂକ୍ରମଣ ବଢ଼ାଉଥିବା ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Share