Categories: ଜାତୀୟ

ଦିଲ୍ଲୀ ହିଂସାକୁ ନେଇ ପ୍ରତିକ୍ରିୟା ରଖିଲେ ଗମ୍ଭୀର

ନୂଆଦିଲ୍ଲୀ,୨୫।୨: ପୂର୍ବ ଦିଲ୍ଲୀର ଭାଜପା ଏମ୍‌ପି ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଦିଲ୍ଲୀ ହିଂସାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଦିଲ୍ଲୀ ହିଂସାକୁ ନେଇ ଯେଉଁମାନେ ଉତ୍ତେଜିତ ବୟାନ ଦେଇଛନ୍ତି ଓ ଏହି ଘଟଣାର ଉତ୍ତରଦାୟୀ ରହିଥିବା ବ୍ୟକ୍ତିଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି। ଏହି ମାମଲାରେ ଭାଜପା ନେତା କପିଲ ମିଶ୍ରା ହୁଅନ୍ତୁ କି ଅନ୍ୟ କେହି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। ଏହାକୁ ନେଇ ଲୋକଙ୍କୁ ଉସୁକାଇବା ବରଦାସ୍ତ କରାଯିବ ନାହିଁ। ଆହୁରି ମଧ୍ୟ ସେ କହିଛନ୍ତି, ଆପୋଷ ବୁଝାମଣା ବା ଆଲୋଚନା ଜରିଆରେ ସମସ୍ତ ସମସ୍ୟାର ସମାଧାନ ହୋଇପାରିବ ଏଥିପାଇଁ ହିଂସାର ଆବଶ୍ୟକତା ନାହିଁ। ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଆସିଛନ୍ତି ସେତେବେଳେ ଦିଲ୍ଲୀରେ ଏଭଳି ଘଟଣା ଘଟିବା ଏକ ସୁକଳ୍ପିତ ଯୋଜନା ଭଳି ଲାଗୁଛି ବୋଲି ଗମ୍ଭୀର କହିଛନ୍ତି। ସୂଚନା ମୁତାବକ ଭାଜପା ନେତା କପିଲ ମିଶ୍ରାଙ୍କ ଉପରେ ଦିଲ୍ଲୀରେ ଦଙ୍ଗା ଉସୁକାଇବା ଅଭିଯୋଗ ହୋଇଛି।

Share