Categories: ଜାତୀୟ

ଦିଲ୍ଲୀ ହିଂସାକୁ ନେଇ ସଂସଦରେ କଂଗ୍ରେସର ବିରୋଧ ପ୍ରଦର୍ଶନ: ମାର୍ଚ୍ଚ ୧୧ଯାଏ ଗୃହ ମୁଲତବୀ

ନୂଆଦିଲ୍ଲୀ,୬।୩: ଦିଲ୍ଲୀ ହିଂସାକୁ ନେଇ ବିରୋଧୀ ରାଜନୀତି କରୁଥିବା ବେଳେ ଏହାକୁ ଅସ୍ତ୍ର କରି ଶାସକ ଦଳକୁ ଘେରିବାକୁ ଉଦ୍ୟମ ଚଳାଇଛନ୍ତି। ଏଥିପାଇଁ ସୋମବାରଠାରୁ ଗୃହ କାର୍ଯ୍ୟ ସଠିକ୍‌ ଭାବେ ପରିଚାଳିତ ହୋଇପାରୁନାହିଁ। ଏହି କ୍ରମରେ ଶୁକ୍ରବାର ମଧ୍ୟ କଂଗ୍ରେସ ସମେତ ଅନ୍ୟ ବରୋଧୀ ଦଳ ରାଜ୍ୟସଭାରେ ହଟ୍ଟଗୋଳ କରିଥିଲେ। ଯାହାକୁ ନେଇ ରାଜ୍ୟସଭା ଚେୟାରମେନ ଏମ୍‌ ଭେଙ୍କିଆ ନାଇଡୁ ମାର୍ଚ୍ଚ ୧୧ଯାଏ ଗୃହକୁ ମୁଲତବୀ ରଖିଛନ୍ତି। ଅପରପକ୍ଷେ ଦିଲ୍ଳୀ ହିଂସାକୁ ନେଇ ସଂସଦ ବାହାରେ କଂଗ୍ରେସ ବିରୋଧ ପ୍ରଦର୍ଶନ କରିଛି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ଓ ଅନ୍ୟ ବିରୋଧୀ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିବା ସହ ବିଭିନ୍ନ ସ୍ଲୋଗାନ୍‌ ଦେଇଥିଲେ। ଏଥିସହ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିବା ସହ ଦିଲ୍ଲୀକୁ ନ୍ୟାୟ ମିଳୁ ବୋଲି ଦାବି କରିଥିଲେ।

Share