Categories: ଜାତୀୟ

ଦିଲ୍ଲୀ ହିଂସା: କେନ୍ଦ୍ର ସରକାରଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବ ରାଜ୍ୟ; କହିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୫।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଦେଶବ୍ୟାପି ପ୍ରଦର୍ଶନ ଜାରି ରହିଛି। ଏପରିସ୍ଥଳେ ଦିଲ୍ଲୀରେ ଦେଖାଦେଇଥିବା ହିଂସା ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ସହିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ବୈଠକରେ ଯୋଗଦେଇଛନ୍ତି। ବୈଠକ ଶେଷ ପରେ କେଜରିଓ୍ବାଲ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ମିଳିତ ଭାବେ କାର୍ଯ୍ୟ କରିବ। ବୈଠକରେ ଯୋଗଦେବା ପୂର୍ବରୁ କେଜରିଓ୍ବାଲ କହିଥିଲେ ଯେ, କମ୍‌ ପୋଲିସ କର୍ମଚାରୀ ଥିବାରୁ ହିଂସାକାଣ୍ଡକୁ ସହଜରେ ନିୟନ୍ତ୍ରଣ କରାଯାଇ ପାରୁନାହିଁ।

Share