ନୂଆଦିଲ୍ଲୀ,୨୭।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଦିଲ୍ଲୀରେ ହିଂସା ଥମିବାର ନା ଧରୁନି। ଏହାକୁ ନେଇ ବଲିଉଡ୍ ଅଭିନେତା ଅନୁପମ ଖେର୍ ଏବଂ ଲେଖକ ଚେତନ ଭଗତ ମୁହାଁମୁହିଁ ହୋଇଛନ୍ତି। ଚେତନ ଟୁଇଟ୍ କରି କହିଥିଲେ ଯେ, ଦୁନିଆ ଚନ୍ଦ୍ରରେ ପହଞ୍ଚିଥିବାବେଳେ ଆମେ ଏବେ ବି ହିନ୍ଦୁ-ମୁସଲମାନ୍ କହି ବୁଲୁଛେ। ଇତିମଧ୍ୟରେ ଦେଶର ସ୍ବାଧିନତାକୁ ୭୨ ବର୍ଷ ବିତି ଯାଇଛି ମାତ୍ର ଆମର ମନୋଭାବରେ ପରିବର୍ତ୍ତନ ଆସିନି। ଏହାକୁ ନେଇ ଅନୁପମ ଟୁଇଟ୍ କରିଛନ୍ତି, ଏପରି ମନ୍ତବ୍ୟ ଦେଇ କୋଟିକୋଟି ଭାରତୀୟଙ୍କ ମନରେ ଦୁଃଖ ଦେବା ଠିକ୍ ନୁହେଁ। ଏହାର ଉତ୍ତରରେ ଚେତନ କହିଛନ୍ତି ଯେ, ସାର୍ ଆପଣ ଯାହା କହୁଛନ୍ତି ତାହା ଠିକ। ତେବେ ଆମେ କାହିଁକି ହିନ୍ଦୁ-ମୁସଲମାନ୍ କହି ବୁଲୁଛେ। ଟୁଇଟରରେ ଦୁଇ ଜଣ ମନ୍ତବ୍ୟ ନେଇ ଏବେ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି।