Categories: ଜାତୀୟ

ଦିଲ୍ଲୀ ହିଂସା: ଭୟରେ ଘର ଛାଡୁଛନ୍ତି ଲୋକେ

ନୂଆଦିଲ୍ଲୀ,୨୬।୨: ଦିଲ୍ଲୀରେ ଦେଖାଦେଇଥିବା ହିଂସା ଯୋଗୁ ଭୟରେ ଲୋକ ଘର ଛାଡୁଛନ୍ତି। ବ୍ୟାପକ ସୁରକ୍ଷାକର୍ମୀ ତଥା ପୋଲିସ ମୁତୟନ ପରେ ମଧ୍ୟ ହିଂସା ଥମୁ ନ ଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ସେମାନେ ବାଧ୍ୟ ହୋଇ ଘରୁ ସୁରକ୍ଷିତ ଅଞ୍ଚଳକୁ ପଳାଇ ଯାଉଥିବାରୁ ଦେଖିବାକୁ ମିଳୁଛି। ଇତିମଧ୍ୟରେ ୨୨ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୨୫୦ରୁ ଅଧିକ ଆହତ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି। ସୁରକ୍ଷା ଦୃଷ୍ଟିରୁ ଉତ୍ତର-ପୂର୍ବ ଦିଲ୍ଲୀରେ ୧୪୪ଧାରା ଏକ ମାସ ପାଇଁ ଜାରି ହୋଇଛି। ହିଂସାକାଣ୍ଡ ଭିଆଉଥିବା ଲୋକଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।

Share