Categories: ଜାତୀୟ

ଦିଲ୍ଲୀ ହିଂସା ଯୋଜନାବଦ୍ଧ ନରସଂହାର: ମମତା

କୋଲକାତା,୨।୩: ଏଆଇଏମ୍‌ଆଇଏମ୍‌ର ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସିଙ୍କ ପରେ ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀ ଦଙ୍ଗାକୁ ନରସଂହାର ବୋଲି କହିଛନ୍ତି। ସୋମବାର ତୃଣମୂଳ କଂଗ୍ରେସର ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି ଦିଲ୍ଲୀ ଦଙ୍ଗା ଏକ ଯୋଜନାବଦ୍ଧ ନରସଂହାର। ଏହାକୁ ନେଇ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହାସହ ଶାସନ ଗାଦିରୁ ଭାରତୀୟ ଜନତା ପାର୍ଟି(ଭାଜପା)କୁ ହଟାଇବାକୁ ଦାବି କରିଛନ୍ତି। ସେ କହିଛନ୍ତି ଏବେ ଆମେ ସଂକଳ୍ପ ନେବା କି ଯେପର୍ଯ୍ୟନ୍ତ ଏକଛତ୍ରବାଦ ସରକାରଙ୍କୁ ଆମେ ଗାଦିଚ୍ୟୁତ ନ କରିଛେ ସେପର୍ଯ୍ୟନ୍ତ ଆମେ ଚୁପ୍‌ ବସିବା ନାହିଁ। ଦିଲ୍ଲୀରେ ଉପୁଜିଥିବା ଦଙ୍ଗା ଶାନ୍ତ କରି ପାରୁ ନ ଥିବା ଭାଜପା ପଶ୍ଚିମବଙ୍ଗରେ ଶାସନ କରିବ ବୋଲି ବାହସ୍ପୋଟ ମାରୁଛି। ସେପଟେ ଉତ୍ତର ପ୍ରଦେଶରେ ଭାଜପା ଶାସନ କ୍ଷମତାରେ ଥିବା ବେଳେ ସେଠାରେ ଲୋକଙ୍କୁ କଥା କହିବାରେ ବି ସ୍ବାଧିନତା ନାହିଁ ବୋଲି ମମତା କହିଛନ୍ତି।

Share