Categories: ଜାତୀୟ

ଦିଲ୍ଲୀ ହିଂସା: ସ୍କାନରରେ ହ୍ବାଟସ୍‌ ଆପ୍‌ ଗ୍ରୁପ

ନୂଆଦିଲ୍ଲୀ,୨୭।୨: ଉତ୍ତର-ପୂର୍ବ ଦିଲ୍ଲୀରେ ବେଳକୁ ବେଳ ହିଂସା ଉଗ୍ରରୂପ ନେଇଥିବାରୁ ସମସ୍ତଙ୍କ ଚିନ୍ତା ବଢିଯାଇଛି। ବିଶେଷ ଭାବେ ଦିଲ୍ଲୀ ବାହାରର ଲୋକେ ହିଂସା ବଢାଉଥିବା ଅନୁମାନ କରି ଏବେ ଏମାନଙ୍କ ଉପରେ କଡା ନଜର ରଖାଯାଇଛି। ଏହାସହ ହ୍ବାଟସ୍‌ ଆପ୍‌ ଗ୍ରୁପ ମାଧ୍ୟମରେ ହିଂସା ବଢୁଥିବା ଅନୁମାନ କରାଯାଇ ଏହାକୁ ମଧ୍ୟ ସ୍କାନରରେ ରଖାଯାଇଥିବା ଜଣାପଡିଛି। ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସାକୁ ନେଇ ୧୮ ଏଫ୍‌ଆଇଆର ଦାଖଲ କରାଯାଇଥିବା ବେଳେ ପୋଲିସ ୧୦୬ ଜଣଙ୍କୁ ଗିରଫ କରିଛି। ସୋମବାର ସକାଳୁ ଆରମ୍ଭ ହୋଇଥିବା ଏହି ହିଂସାକୁ ନେଇ ଏବେ ରଜନୀତି ମଧ୍ୟ ଆରମ୍ଭ ହୋଇଗଲାଣି। ଏବେସୁଦ୍ଧା ସେଠାରେ ୩୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁଲୋକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସୂଚନାଯୋଗ୍ୟ, ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଆରମ୍ଭ କରାଯାଇଥିବା ବିରୋଧ ପ୍ରଦର୍ଶନ, ପରେ ହିଂସାର ରୂପ ନେଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ ଜୀବନହାନୀ ମଧ୍ୟ ହୋଇଛି।

Share