Categories: ଜାତୀୟ

ଦିଲ୍ଲୀ ହିଂସା: ହିନ୍ଦୁଙ୍କ ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି ୪୦ରୁ ଅଧିକ ମୁସଲମାନ୍‌

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀରେ ଜାରି ରହିଥିବା ହିଂସା ନେଇ ସ୍ଥିତି ସଙ୍କଟ ଜନକ ରହିଛି। ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସାକାଣ୍ଡରେ ବହୁ ଘରେ ଓ ଦୋକାନରେ ବିକ୍ଷୋଭକାରୀ ନିଆଁ ଲଗାଇ ଦେଇଛନ୍ତି। ସ୍ଥାନୀୟ ଅଶୋକ ନଗର ଅଞ୍ଚଳରେ ୪୦ରୁ ଅଧିକ ମୁସଲମାନ୍‌ ହିନ୍ଦୁ ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି। ଏହା ଏକ ସାମ୍ପ୍ରଦାୟିକ ସଦ୍‌ଭାବ ସୃଷ୍ଟି କରିଛି। ସଭିଏଁ ଏଠାରେ ମିଳିମିଶି ଚଳୁଥିବାବେଳେ ହିଂସାକାଣ୍ଡ ଯୋଗୁ ସ୍ଥିତି ଖରାପ ହେବାରେ ଲାଗିଛି। ମଙ୍ଗଳବାର ଏଠାରେ ୧,୦୦୦ରୁ ଅଧିକ ସଂଖ୍ୟକ ବିକ୍ଷୋଭକାରୀ କଲୋନୀର ବଡ଼ି ମସଜିଦ୍‌ ଅଞ୍ଚଳରେ ପଶି ଭଙ୍ଗାରୁଜା ପୋଡ଼ାଜଳା ଆରମ୍ଭ କରିଥିଲେ। ଲୋକେ ଭୟରେ ଦୌଡ଼ାଦୌଡ଼ି ଆରମ୍ଭ କରିଥିବା ସ୍ଥାନୀୟ ବାସିନ୍ଦା ମହମ୍ମଦ୍‌ ରଶିଦ୍‌ ଏବଂ ରାଜେଶ କ୍ଷତ୍ରୀ କହିଛନ୍ତି। ଦଙ୍ଗାକାରୀମାନେ ବାହାର ଲୋକ ବୋଲି ସେମାନେ କହିଛନ୍ତି।

Share