Categories: ଜାତୀୟ

ଦିଲ୍ଲୀ ହିଂସା: ୮ ଦିନ ହେଲା ସ୍ତ୍ରୀ-୪ ପିଲାଙ୍କ ବାଟ ଚାହିଁ ବସିଛନ୍ତି ରିକ୍ସା ଚାଳକ

ନୂଆଦିଲ୍ଲୀ,୧।୩: ଦିଲ୍ଲୀ ହିଂସାରେ ଇତିମଧ୍ୟରେ ୪୫ଟି ମୃତଦେହ ଉଦ୍ଧାର ହୋଇଛି। ଫେବୃୟାରୀ ୨୩ରେ ସ୍ତ୍ରୀ ଓ ୪ ପିଲାଙ୍କଠାରୁ ଅଲଗା ହୋଇଯାଇଥିବା ରିକ୍ସା ଚାଳକ ମଇନୁଦ୍ଦିନ୍‌ ଏବେ ମୁସ୍ତଫାବାଦ ଅଞ୍ଚଳର ଏକ ନାଳ କଡ଼ରେ ପଡ଼ି ରହିଛନ୍ତି। ଆଖିରୁ ତାଙ୍କର ଲୁହ ଶୁଖୁନି। ଏପର୍ଯ୍ୟନ୍ତ ତାଙ୍କ ସ୍ତ୍ରୀ ଏବଂ ପିଳାଙ୍କ ସନ୍ଧାନ ମିଳିପାରି ନ ଥିବାରୁ ସେ ବ୍ୟସ୍ତ ବିବ୍ରତ ହୋଇଯାଇଛନ୍ତି। ହିଂସାରୁ ରକ୍ଷା ପାଇଁ ପିଲାଙ୍କୁ ନେଇ ସୁରକ୍ଷିତ ସ୍ଥାନକୁ ପଳାଇବା ଲାଗି ସ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ହିଂସା ଥମିଛି ତେବେ ତାଙ୍କ ପରିବାର ସଦସ୍ୟଙ୍କ କୌଣସି ଖୋଜ୍‌ ଖବର ମିଳିନି। ହିଂସା ପୂର୍ବରୁ ଘର ପାଇଁ ସେ ୨୦୦୦ ଟଙ୍କାର ରାଶନ ଆଣିଥିଲେ। ମାତ୍ର ଦଙ୍ଗାକାରୀ ଘର ସହିତ ସେସବୁ ଜଳାଇ ଦେଇଥିବା ସେ କହିଛନ୍ତି।

Share