Advertisement

ଦିଶାଙ୍କ ପ୍ରତି ଫଟୋ-ଭିଡିଓରେ କମେଣ୍ଟ କରନ୍ତି ଟାଇଗରଙ୍କ ପରିବାର ସଦସ୍ୟ

ମୁମ୍ବାଇ: ବଲିଉଡ୍‌ ନାୟିକା ଦିଶା ପାଟନି ତାଙ୍କ ବୋଲ୍ଡ ନେସ୍‌ ପାଇଁ ବେଶ୍‌ ପରିଚିତ। ଫିଲ୍ମ କୁହନ୍ତୁ ଅବା ସୋସିଆଲ ମିଡିଆ ତାଙ୍କ ବୋଲ୍ଡ ଫଟୋ ସବୁବେଳେ ଥାଏ ଚର୍ଚ୍ଚାରେ। ନିକଟରେ ଏମିତି ଏକ ଫଟୋ ଦିଶା ସୋସିଆଲ ମିଡିିଆରେ ଶେୟାର କରିଥିଲେ ଯାହାକୁ ଦେଖୁ ଦେଖୁ କମଣ୍ଟେ କରିଥିଲେ ଟାଇଗର ଶ୍ରଫଙ୍କ ଭଉଣୀ କୃଷ୍ଣା ଶ୍ରଫ। କିଛିଦିନ ହେବ ଦିଶା ଓ କ୍ରିଷ୍ଣାଙ୍କ ମଧ୍ୟରେ ଏମିତି ସୋସିଆଲ ମିଡିଆ ସମ୍ପର୍କ ଦେଖିବାକୁ ମିଳିଛି। ଦିଶା ଯେ କୌଣସି ଫଟୋ ଅବା ଭିଡିଓ ଶେୟାର କଲେ ତା’ ଉପରେ କ୍ରିଷ୍ଣା କମେଣ୍ଟ କରି ଦର୍ଶକଙ୍କୁ ଏକ ପ୍ରକାର ଚମକାଇ ଦେଇଥାଆନ୍ତି। ଏବେ କରୋନା ପାଇଁ ଦେଶରେ ଲକ୍‌ଡାଉନ ଚାଲିଥିବାରୁ ଦିଶା ଘରେ ରହି ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହା ଫିଲ୍ମ ‘ବାଗି ୩’ର ଶୁଟିଂ ସେଟ୍‌ର। ଏଥିରେ ଦିଶାଙ୍କ ଡ୍ୟାନ୍ସ ମୁଭ୍ସ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେଉଛି। ଏହି ଭିଡିଓକୁ ଦେଖିବା ପରେ କ୍ରିଷ୍ଣା କମେଣ୍ଟରେ ଲେଖିଛନ୍ତି ଲଭ…। ଏହାସହ ତାଙ୍କ ମା’ ଆୟଶା ଶ୍ରଫ ମଧ୍ୟ ଦିଶାଙ୍କ ଭିଡିଓ ଦେଖି କମେଣ୍ଟରେ ଲେଖିଛନ୍ତି, ‘ୟେ ତୋ କମାଲ କା ହୈ।’ ଦିଶା ଓ ଟାଇଗରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଉଭୟ କେବେ ଖୋଲାଖୋଲି ଭାବେ କହି ନ ଥିଲେ ମଧ୍ୟ ଟାଇଗରଙ୍କ ପରିବାର ଲୋକେ ଦିଶାଙ୍କ ସହ ଯେଭଳି ଭାବେ ସମ୍ପର୍କ ରଖିଛନ୍ତି ଲାଗେ ଟାଇଗର ଓ ଦିଶାଙ୍କ ମଧ୍ୟରେ କିଛି ତ ଅଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share