ଦିଶାଙ୍କ ଫଟୋକୁ ଟାଇଗରଙ୍କ ମା’, ଭଉଣୀଙ୍କ ପ୍ରଶଂସା

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀଙ୍କ ସହ ଟାଇଗର ଶ୍ରଫଙ୍କୁ ଯୋଡାଯାଏ। ଏହା ପଛରେ ବଳିଷ୍ଠ କାରଣ ମଧ୍ୟ ରହିଛି। ସାଙ୍ଗରେ ସମୟ ବିତାଇବା ହେଉ ଅଥବା କୌଣସି ପାର୍ଟି, ସବୁଠାରେ ଉଭୟଙ୍କୁ ଦେଖିବାକୁ ମିଳିଥାଏ। ଟାଇଗର ମଧ୍ୟ ଦିଶାଙ୍କ ପ୍ରଶଂସାରେ ଅନେକ ଥର ଶତମୁଖ ହୋଇଛନ୍ତି। ତେବେ କେବଳ ଯେ ଟାଇଗର ତାହା ନୁହେଁ, ତାଙ୍କ ମା’ ଓ ଭଉଣୀ ମଧ୍ୟ ଦିଶାଙ୍କୁ ପସନ୍ଦ କରନ୍ତି।
ନିକଟରେ ଦିଶା ବ୍ୟାଙ୍କକ୍‌ ଭ୍ରମଣ ସମୟର କିଛି ଫଟୋ ନିଜର ଇନ୍‌ଷ୍ଟା ଆକାଉଣ୍ଟରେ ଶେୟାର କରିଥିଲେ। ପୁଲ୍‌ ନିକଟରେ ବସିଥିବା ଏକ ଫଟୋ ବେଶ୍‌ ଭାଇରାଲ ହୋଇଥିଲା। ଏହି ଫଟୋକୁ ଟାଇଗରଙ୍କ ସହ ତାଙ୍କ ମା’ ଓ ଭଉଣୀ ମଧ୍ୟ ପସନ୍ଦ କରିଛନ୍ତି। ଉଭୟ ଏଥିରେ କମେଣ୍ଟ ମଧ୍ୟ ଦେଇଥିବା ଦେଖାଯାଇଛି।
କିଛିଦିନ ତଳେ ଦିଶା-ଟାଇଗରଙ୍କ ବ୍ରେକ୍‌ଅପ୍‌ ହୋଇଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା। ହେଲେ ଟାଇଗରଙ୍କ ପରିବାରଲୋକେ ଦିଶାଙ୍କୁ ଏତେ ଭଲପାଉଥିବା ଦେଖି ପ୍ରଶଂସକମାନେ ସେମାନଙ୍କ ମଧ୍ୟରେ ସବୁ ଠିକ୍‌ ଚାଲିଥିବା କହୁଛନ୍ତି।

Share