ଦିଶାଙ୍କ ହ୍ୟାଟ୍ରିକ

ଦିଶା ପଟାନିଙ୍କ ତିନୋଟି ଫିଲ୍ମ ଆସନ୍ତା ବର୍ଷ ରିଲିଜ୍‌ ହେବାର ଯୋଜନା ରହିଛି। ଖାସ୍‌ କଥା ହେଲା ପ୍ରଥମ ଥର ପାଇଁ ସେ ସଲମାନଙ୍କ ଅପୋଜିଟ୍‌ରେ ଅଭିନୟ କରିବେ। ଫିଲ୍ମଟିର ଟାଇଟଲ ରହିଛି ‘ରାଧେ’, ଯାହାର ଶୁଟିଂ ଆସନ୍ତାବର୍ଷ ଜାନୁୟାରୀରୁ ଆରମ୍ଭ ହେବ। ତା’ପରେ ଆସନ୍ତାବର୍ଷ ଏପ୍ରିଲରେ ଏକତା କପୁରଙ୍କ ପ୍ରଯୋଜିତ ‘କିତ୍‌ନା’ର ଶୁଟିଂ ଆରମ୍ଭ ହବ। ‘ରାଧେ’ ଇଦ୍‌ ଅବସରରେ ମୁକ୍ତିଲାଭ କରିବ ଏବଂ ‘କିତ୍‌ନା’ ବର୍ଷର ଶେଷ ଭାଗରେ ପରଦା ଉପରକୁ ଆସିବ। ଅନ୍ୟପକ୍ଷରେ ଆଦିତ୍ୟ ରାୟ କପୁର-ଦିଶାଙ୍କୁ ନେଇ ନିର୍ମିତ ‘ମଲଙ୍ଗ’ ଆସନ୍ତାବର୍ଷ ଫେବୃୟାରୀରେ ରିଲିଜ ହେବ। ତେଣୁ ଆସନ୍ତାବର୍ଷ ଦିଶା ବଲିଉଡ୍‌ରେ ହ୍ୟାଟ୍ରିକ ମାରିବାକୁ ଯାଉଛନ୍ତି। ଏହାବ୍ୟତୀତ ତାଙ୍କ ହାତରେ ଏବେ ୩-୪ଟି ବଲିଉଡ୍‌ ଅଫର ମଧ୍ୟ ରହିଛି।

Share