ଦିଶା ପଟାନୀ ଖୋଲିଲେ ଫିଟନେସର ରାଜ୍‌

ବଲିଉଡ୍‌ର ହଟ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ଦିଶା ପଟାନୀ ଆଗାମୀ ଫିଲ୍ମ ‘ମଲାଙ୍ଗ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଅବସରରେ ନିଜ ଫିଟନେସର ରାଜ୍‌ ଖୋଲିଛନ୍ତି ଦିଶା। ସୁନ୍ଦର ସ୍ବାସ୍ଥ୍ୟ ପାଇଁ ସେ ପ୍ରତିଦିନ ଜିମ ଯିବା ସହ ଯୋଗାଭ୍ୟାସ ମଧ୍ୟ କରିଥାନ୍ତି। ସପ୍ତାହରେ ଅତି କମରେ ୪ଦିନ ଜିମ ଯାଇଥାନ୍ତି। ପ୍ରୋଟିନ ଓ ଭିଟାମିନ ଯୁକ୍ତ ଖାଦ୍ୟ ଉପରେ ଧ୍ୟାନ ଦେଇଥାନ୍ତି। ଏହାସହ ସୁସ୍ଥ ଶରୀର ପାଇଁ ବିଶ୍ରାମ ଅତ୍ୟନ୍ତ ଜରୁରୀ ବୋଲି ଦିଶା କହିଛନ୍ତି। ମୋହିତ ସୁରୀଙ୍କ ନିର୍ଦ୍ଦେଶିତ ‘ମଲାଙ୍ଗ’ରେ ଦିଶାଙ୍କ ବ୍ୟତୀତ ଆଦିତ୍ୟ ରୟ କପୁର ନଜର ଆସିବେ।

Share