ଦିୟା ମିର୍ଜା ‘ତୁମ୍‌ସା ନେହିଁ ଦେଖା’ରେ ଶୁଟିଂ ସେଟ୍‌ରେ ହରାଇଥିଲେ ନିଜର ନିୟନ୍ତ୍ରଣ…

ମୁମ୍ବାଇ,୯।୧୨: ବଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ଦିୟା ମିର୍ଜା ସୋମବାର ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୧ ଡିସେମ୍ବର ୯ରେ ସେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ ଏକ ମଲ୍ଟି ମିଡ଼ିଆ କମ୍ପାନୀର ମାକେର୍ଟିଂ ଏକ୍ସିକ୍ୟୁଟିଭ୍‌ ଭାବେ ଦିୟା ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୦ରେ ସେ ମିସ୍‌ ଏସିଆ ପାସିଫିକ୍‌ ସମ୍ମାନ ହାସଲ କରିଥିଲେ। ପରେ ଦିୟା ବଲିଉଡ୍‌ରେ ପାଦ ଦେଇଥିଲେ । ଦିୟା ବଲିଉଡ୍‌ରେ ଭିନ୍ନ ଭିନ୍ନ ଅଭିୟନ କରିଥିବାବେଳେ ଫିଲ୍ମ ‘ତୁମ୍‌ସା ନେହିଁ ଦେଖା’ରେ ଅଭିନେତା ଇମ୍ରାନ୍‌ ହାସ୍‌ମୀଙ୍କ ସହିତ ଅଭିନୟ କରି ବେଶ୍‌ ଚର୍ଚ୍ଚାରେ ରହିଥିଲେ। ଏହି ଫିଲ୍ମରେ ଏକ ଚୁମ୍ବନ ଦୃଶ୍ୟରେ ଦିୟା ନିଜର ନିୟନ୍ତ୍ରଣ ହରାଇ ବସିଥିଲେ। ତେବେ ଶୁଟିଂ ସେଟ୍‌ରେ ଥିବା ଅନ୍ୟ କଳାକାରଙ୍କ ହସ୍ତକ୍ଷେପ ପରେ ସେ ସ୍ବାଭାବିକ ହୋଇଥିଲେ।

Share