ଦୀପକ ମହାନ୍ତି ଇସ୍ପାତ ଓ ଖଣି ବିଭାଗ ଓଏସ୍‌ଡି ନିଯୁକ୍ତ

ଭୁବନେଶ୍ୱର,୧୪।୭(ବ୍ୟୁରୋ): ଚାକିରିରୁ ଅବସର ନେଇଥିବା ଦୀପକ ମହାନ୍ତିଙ୍କୁ ରାଜ୍ୟ ସରକାର ଇସ୍ପାତ ଓ ଖଣି ବିଭାଗର ଓଏସ୍‌ଡି ତଥା ଅତିରିକ୍ତ ସଚିବ ଭାବେ ପୁନଃ ନିଯୁକ୍ତି ଦେଇଛନ୍ତି। ଆସନ୍ତା ୧ ବର୍ଷ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ଦୀପକ ଖଣି ନିର୍ଦ୍ଦେଶକ ଭାବେ ଚାକିରିରୁ ଅବସର ନେବା ପରଠାରୁ ରାଜ୍ୟ ସରକାର ତାଙ୍କୁ ପର୍ଯ୍ୟାୟକ୍ରମେ ୮ଥର ଓଏସ୍‌ଡି ଭାବେ ନିଯୁକ୍ତି ଦେଲେଣି। ଖଣି ନିଲାମ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ତାଙ୍କୁ ପୁନଃ ନିଯୁକ୍ତି ଦିଆଯାଉଥିବା ଶୁଣିବାକୁ ମିଳୁଛି।

Share