ଦୀପକ ଯାହା ଚାହୁଁଥିଲେ..

ବେଳେ ବେଳେ ଖୋଜିବା ଚିଜ ବି ହାତପାହାନ୍ତାରେ ମିଳିଯାଏ। ୨୦୦୬ରୁ ତାଙ୍କର ଆକ୍ଟିଂ କ୍ୟାରିୟର ଆରମ୍ଭ ହୋଇଥିଲା। ହେଲେ ତାଙ୍କ ଅଭିନୀତ ‘ହର୍‌ କିସେ କି ହିସେ-କାମୟାବ’ର ସଫଳତାକୁ ନେଇ ସେ ବେଶ୍‌ ଖୁସ୍‌। ସେ ହେଲେ ଦୀପକ ଡୋବ୍ରିୟାଲ। ରେଡ୍‌ ଚିଲିଜ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନର ତଥା ଶାହରୁଖ୍‌ ଖାନଙ୍କ ପ୍ରଯୋଜନାରେ ଫିଲ୍ମଟି ବିଭିନ୍ନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ପ୍ରଶଂସିତ ହୋଇଛି। ଏ ନେଇ ଦୀପକ କହନ୍ତି, ‘ଏହି ଫିଲ୍ମରେ ମୋତେ ଯେଉଁ ଭୂମିକା ମିଳିଛି ସେପରି ଏକ ରୋଲ୍‌ ପାଇଁ ମୁଁ ଅପେକ୍ଷା କରି ରହିଥିଲି। ଏହା ମୋ କ୍ୟାରିୟର ଲାଗି ଟର୍ନିଂ ପଏଣ୍ଟ ସାବ୍ୟସ୍ତ ହୋଇଛି।’ ‘ହର୍‌ କିସେ କି ହିସେ-କାମୟାବ’ ଚଳଚ୍ଚିତ୍ରର ପ୍ରିମିୟର ବୁସାନ୍‌ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଅନୁଷ୍ଠିତ ହୋଇଥିଲା।

Share