ଦୀପମୟ କପିଳାସ

ଢେଙ୍କାନାଳ ଅଫିସ, ୨୨।୨ – ପବିତ୍ର ଜାଗରଯାତ୍ରାକୁ ନେଇ ଶିବମୟ ହୋଇଉଠିଛି କପିଳାସ। ମହାପ୍ରଭୁ ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ଆଶୀର୍ବାଦ ଭିକ୍ଷା କରିବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଶିବ ପଞ୍ଚାକ୍ଷରୀ ମନ୍ତ୍ର, ଶିବ ସ୍ତୋତ୍ରରେ ପ୍ରକମ୍ପିତ ହୋଇଉଠିଥିଲା ସମଗ୍ର ପୀଠ ପରିସର। ଶିବ ଆରାଧନାରେ ଆବାଳବୃଦ୍ଧବନିତା ମଗ୍ନ ହୋଇଯାଇଥିବାବେଳେ କମିଯାଇଥିଲା ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ଦୂରତା।
ଚଳିତ ବର୍ଷ ମହାପ୍ରଭୁ ଶ୍ରୀଚନ୍ଦ୍ରଶେଖରଙ୍କ ଜାଗରଯାତ୍ରାରେ ସାମିଲ ହୋଇଥିଲେ ୩ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ। ମହାଦେବଙ୍କ ଚିତ୍ତାକର୍ଷକ ସୁନାବେଶ, ନାଗାଭରଣ ବେଶ ଏବଂ ମାତା ପାର୍ବତୀଙ୍କ ରାଜରାଜେଶ୍ୱରୀ ବେଶ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଲମ୍ବାଧାଡ଼ି ଲାଗିଥିଲା। ସନ୍ଧ୍ୟାରେ ବ୍ରତଧାରୀଙ୍କ ଦୀପ ପ୍ରଜ୍ୱଳନ ପରେ ଝଲସି ଉଠିଥିଲା ବନପାହାଡ଼ ଘେରା କପିଳାସ ମନ୍ଦିର। ହରହର ମହାଦେବ, ହୁଳହୁଳି, ହରିବୋଲ ନାଦରେ ସମଗ୍ର ଅଞ୍ଚଳରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ।
ଅନ୍ୟପଟେ ଜାଗର ଯାତ୍ରା ଉପଲକ୍ଷେ ପ୍ରାତଃ ସମୟରୁ ମହାଦେବଙ୍କ ନୀତି ନିର୍ଦ୍ଧାରିତ ସମୟରେ ଶେଷ ହୋଇଥିଲା। ଏହାପରେ ସର୍ବସାଧାରଣଙ୍କ ଦର୍ଶନ ଲାଗି ଦ୍ୱାର ଫିଟା ଯାଇଥିଲା। ସନ୍ଧ୍ୟା ୬ଟାରେ ଆଳତି ଶେଷ ହେବା ପରେ ରାତି ୭ଟାରୁ ସାଢ଼େ ୮ଟା ମଧ୍ୟରେ ପ୍ରଥମ ଚାରିପୂଜା ଅନୁଷ୍ଠିତ ହୋଇଛି। ରାତି ସାଢ଼େ ୮ଟାରୁ ୧୦ମଧ୍ୟରେ ପୀଠ ପୁରୋଧାଙ୍କ ଚାରିପୂଜା ଶେଷ ହୋଇଛି। ଭୋର ୪ଟା ୨୦ରେ ମହାଦୀପ ମନ୍ଦିର ଚୂଡ଼ାକୁ ଉଠିବା କାର୍ଯ୍ୟକ୍ରମ ରହିଛି। ରାଜ ପରିବାର ପକ୍ଷରୁ ରାଜପୁରୋଧା ପଞ୍ଚାନନ ମିଶ୍ର ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିଥିଲେ। ଅନ୍ୟପଟେ ପୀଠକୁ ଯାଇଥିବା ବାରବାଙ୍କ ରାସ୍ତା, ପାହାଚ ରାସ୍ତାରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ନଜରରେ ରଖି ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସନ୍ଧ୍ୟା ପରେ ଘାଟି ରାସ୍ତାରେ ଭିଡ଼ ନିୟନ୍ତ୍ରଣ କରିବାକୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
ବିଧାୟକ ସୁଧୀର କୁମାର ସାମଲ, ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା, ଏସ୍‌ପି ଅନୁପମା ଜେମ୍‌ସ, ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା, ଅତିରିକ୍ତ ଏସ୍‌ପି ବିନୟକୃଷ୍ଣ କାମିଲା, ସଦର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର ପ୍ରମୁଖ ଠାକୁରଙ୍କ ନୀତିକାନ୍ତି ଏବଂ ଶୃଙ୍ଖଳା ତଦାରଖ କରିଥିଲେ। ଚଳିତ ବର୍ଷ ପୀଠରେ ୧୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭସାଣି ପାଇଁ ଆସୁଥିବା ବ୍ୟାଣ୍ଡ୍‌ପାର୍ଟି ଗାଡ଼ି ଓଲଟିଲା: ମ୍ୟୁଜିକାଲ ଗ୍ରୁପ୍‌ର ୫ ଆହତ

କାମାକ୍ଷାନଗର,୧୪ା୧୦(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଭସାଣି ଯାତ୍ରାକୁ ମ୍ୟୁଜିକ୍‌ ପରିବେଷଣ ପାଇଁ ଆସୁଥିବା ବେଳେ ଏକ ବ୍ୟାଣ୍ଡପାର୍ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର...

ଜଙ୍ଗଲ ମଝିରେ ଶାଳଗଣ୍ଡି ରଖି ମାଫିଆ ଫେରାର

ଭୁବନ,୧୩ା୧୦(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନ ବିଭାଗ ପକ୍ଷରୁ ନୂଆ କୁମର୍ଦ୍ଦାରୁ ୯ଟି ଶାଳଗଣ୍ଡି ଜବତ କରାଯାଇ ଥିବାବେଳେ ମାଫିଆ ଫେରାର ହୋଇଯାଇଛନ୍ତି।...

ବାବାଙ୍କୁ ଉଠାଇନେଲା ପୋଲିସ, ଆଶ୍ରମରେ କରୁଥିଲେ…

ଢେଙ୍କାନାଳ,୧୨।୧୦: ଢେଙ୍କାନାଳ ଜିଲା ତିଗିରିଆ ଥାନା ବାହାରବିଲା ଆଶ୍ରମରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଆଶ୍ରମରୁ ବାବାଙ୍କୁ ଢେଙ୍କାନାଳ ପୋଲିସ ଉଠାଇ ନେଇ ଅଟକ...

ଭୁଶୁଡ଼ିଲା ନିର୍ମାଣାଧୀନ ଛାତ, ଫସିଛନ୍ତି ଶ୍ରମିକ

ଢେଙ୍କାନାଳ,୯ା୧୦: ଏନ୍‌ଏଚ୍‌-୫୫ ମହିଷାପାଟ ନିକଟରେ ନିର୍ମାଣାଧୀନ କୋଠାର ଛାତ ପଡ଼ିବା ବେଳେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଛାତ ପଡୁଥିବା ସମୟରେ ଭୁଶୁଡ଼ି ପଡ଼ିବାରୁ...

ବିଦ୍ୟୁତ କଟିଲେ କାର୍ଯ୍ୟାଳୟରେ କାମ ଠପ୍‌: ବଢୁଛି ଅସନ୍ତୋଷ

ଭୁବନ, ୯।୧୦( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଉପଡାକଘର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଭୁବନ ଏସିଆ ମହାଦେଶର ବଡ...

କାରଖାନାରେ ଶ୍ରମିକଙ୍କୁ ଉଲଗ୍ନ କରି ମାଡ଼

ଢେଙ୍କାନାଳ,୧ା୧୦(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅଞ୍ଚଳରେ ଜଗନ୍ନାଥ ପାୱାର ନାମକ ଏକ କମ୍ପାନୀ ପରିସରରେ ଗତ ୩ ଦିନ ତଳେ କାରଖାନାରେ କାର୍ଯ୍ୟରତ...

ପଦବୀ ହରାଇଲେ ସରପଞ୍ଚ

କାମାକ୍ଷାନଗର,୧ା୧୦(ସୁଧୀର କୁମାର ପରିଡ଼ା): ଜିଲା କାମାକ୍ଷାନଗର ବ୍ଲକ କାଦୁଆ ପଞ୍ଚାୟତର ସରପଞ୍ଚ ପ୍ରତିମା ସେଠୀ ସୋମବାର ଅନାସ୍ଥା ଭୋଟରେ ପରାଜିତ ହେବା ସହ ସରପଞ୍ଚ ପଦବୀ...

ଯାତ୍ରା ଦେଖିବାକୁ ଯାଇ ଘରକୁ ଫେରି ନ ଥିଲେ, ନାଳରୁ ମିଳିଲା ମୃତଦେହ

ଭୁବନ,୨୯ା୯(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ଭୁଷଳ ପଞ୍ଚାୟତ ଅସୁରବନ୍ଧ ଗ୍ରାମର ବିଷ୍ଣୁ ମଳିକ(୪୪)ଙ୍କ ମୃତଦେହ ରବିବାର ସକାଳେ ପଥରଡଙ୍ଗା ନାଳରୁ ଜବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri