ଦୀପାବଳିରୁ ଆନନ୍ଦ ବିହାର ସୁବିଧା ସ୍ପେଶାଲ ଟ୍ରେନ

ଭୁବନେଶ୍ୱର,୨୨ା୧୦(ବ୍ୟୁରେ): ପୂର୍ବତଟ ରେଳପଥ ପକ୍ଷରୁ ଆସନ୍ତା ରବିବାର ଦୀପାବଳିଠାରୁ ଆରମ୍ଭ ହେବାକୁ ଯାଉଛି ଭୁବନେଶ୍ୱର-ଆନନ୍ଦ ବିହାର ଟର୍ମିନାଲ ସୁବିଧା ସ୍ପେଶାଲ(୮୨୪୧୯-୮୨୪୨୦) ଏକ୍ସପ୍ରେସ। ପୂଜା ଋତୁ ଓ ନିଯୁକ୍ତି ପ୍ରକ୍ରିୟା ଚାଲୁଥିବାରୁ ଅନ୍ୟ ଟ୍ରେନଗୁଡ଼ିକରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଏହି ସ୍ପେଶାଲ ଟ୍ରେନ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ। ଟ୍ରେନ୍‌ଟି ପ୍ରତି ରବିବାର ଭୁବନେଶ୍ୱରରୁ ରାତି ୧୧ଟା ୫୫ରେ ଛାଡି ଆନନ୍ଦ ବିହାରରେ ମଙ୍ଗଳବାର ସକାଳ ୭ଟାରେ ପହଞ୍ଚତ୍ବ। ସେହିଭଳି ଆନନ୍ଦ ବିହାରଠାରୁ ପ୍ରତି ମଙ୍ଗଳବାର ଅପରାହ୍ନ ୧୨ଟା ୫୫ରେ ଛାଡ଼ି ଭୁବନେଶ୍ୱରରେ ବୁଧବାର ଅପରାହ୍ନ ୫ଟା ୪୫ରେ ପହଞ୍ଚତ୍ବ। ଏହି ସ୍ପେଶାଲ ଟ୍ରେନ କଟକ, ଭଦ୍ରକ, ବାଲେଶ୍ୱର, ହିଜଲୀ, ବାଙ୍କୁରା, ଆଦ୍ରା, ଗୋମୋହ, କୋଦରମା, ଗୟା, ସାସାରାମ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ, ଆଲ୍ଲାହାବାଦ ଓ କାନପୁର ଷ୍ଟେଶନରେ ରହଣିର ବ୍ୟବସ୍ଥା କରାଯାଇଛି। ଏହି ଟ୍ରେନ ଯୋଗୁ ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶାର ଯାତ୍ରୀମାନେ ଉପକୃତ ହେବେ।
ସୂଚନାଯୋଗ୍ୟ, ପୂର୍ବତଟ ରେଳପଥର ବାଣିଜ୍ୟ ବିଭାଗ ପାସେଞ୍ଜର ପ୍ରୋଫାଇଲ ମ୍ୟାନେଜମେଣ୍ଟ ଦ୍ୱାରା ନିୟମିତ ଟ୍ରେନଗୁଡ଼ିକର ଭିଡ଼ ପରିଚାଳନା କରାଯାଉଛି। ଭିଡ଼କୁ ନଜରରେ ରଖି ଟ୍ରେନଗୁଡ଼ିକରେ ଅତିରିକ୍ତ ବଗି ସଂଯୋଗ କରିବା ସହ ସ୍ପେଶାଲ ଟ୍ରେନର ବ୍ୟବସ୍ଥା କରାଯାଉଛି। ଏହି ଟ୍ରେନର ଚଳାଚଳ ପୃଷ୍ଠପୋଷକତାକୁ ଦେଖି ଆଗକୁ ଆହୁରି ସ୍ପେଶାଲ ଟ୍ରେନ କରିବାକୁ ଯୋଜନା କରାଯାଉଛି।

Share