ଦୀପାବଳିରେ କାହିଁକି ଲଗାଯାଏ କଳା ଟିକା

ପ୍ରତିବର୍ଷ କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଦୀପାବଳି ପର୍ବ ପାଳନ କରାଯାଏ। ଚଳିତବର୍ଷ ମାତ୍ର ଗୋଟିଏ ଦିନ ପରେ ଅର୍ଥାତ୍‌ ୨୭ ତାରିଖ ରବିବାର ଏହି ଉତ୍ସବ ପାଳନ କରାଯିବ। ଦୀପାବଳିରେ ମା’ ଲକ୍ଷ୍ମୀ, ସିଦ୍ଧିଦାତା ଗଣେଶ ଏବଂ କୁବେର ମହାରାଜାଙ୍କ ପୂଜା କରାଯାଇଥାଏ। ଏହିଦିନ କଳା ଟିକା ଲଗାଯିବାର ଏକ ବିଧି ରହିଛି। ମା’ ଲକ୍ଷ୍ମୀଙ୍କ ପୂଜା ପରେ ଘରର ମହିଳାମାନେ ମୁଖ୍ୟ ଦୀପରେ ଯେଉଁ କଳା ପଡ଼ିଥାଏ ଏହାକୁ ନେଇ ସମସ୍ତ ସଦସ୍ୟଙ୍କୁ ଲଗାଇଥାନ୍ତି। କାହିଁକି ଏହିଦିନ କଳା ଲଗାଯାଏ ଆସନ୍ତୁ ଜାଣିବା ଏ ସମ୍ପର୍କରେ…


ଧାର୍ମିକ ମତ ଅନୁସାରେ ଖରାପ ନଜରରୁ ରକ୍ଷା ପାଇବା ପାଇଁ କଳା ଟିକା ଲଗାଯାଇଥାଏ। ଏଥିସହିତ ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ପାଇଁ ଏହି କଳାର ବ୍ୟବହାର କରାଯାଇଥାଏ। ଘର ମୁଖ୍ୟଦ୍ୱାରରେ ମଧ୍ୟ ଏହି କଳା ଟିକା ଲଗାଯାଇଥାଏ। ଦୀପାବଳିରେ ପ୍ରସ୍ତୁତ କରାଯାଇଥିବା କଳା ଶୁଭ ବୋଲି ମନାଯାଇଥାଏ। ଏହିଦିନ କଳା ଟିକା ଲଗାଇଲେ ଘରେ ନକରାତ୍ମକ ଶକ୍ତି ପ୍ରବେଶ କରେ ନାହିଁ ବୋଲି ବିଶ୍ୱାସ ରହିଛି।

Share