Categories: ଜାତୀୟ

ଦୀପାବଳିରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର: ଗୋରଖପୁରରେ ୫ ସନ୍ଦିଗ୍ଧ

ଲକ୍ଷ୍ନୌ,୧୭।୧୦: ଦୀପାବଳିରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚାଯାଇଛି। ଏଥିପାଇଁ ୫ ସନ୍ଦିଗ୍ଧ ଗୋରଖପୁରରେ ପହଞ୍ଚିଛନ୍ତି। ସେମାନେ ଏକ ଧଳା ଡିଜାୟର ଗାଡ଼ିରେ ନେପାଳ ଯାଇଛନ୍ତି। ଭାରତ-ନେପାଳ ସୀମା ଜଙ୍ଗଲରେ ସନ୍ଦିଗ୍ଧମାନେ ଥିବା ଏନ୍‌ଆଇଏ ପକ୍ଷରୁ ଗୋଇନ୍ଦା ବିଭାଗକୁ ସୂଚନା ଦିଆଯାଇଛି। ସେମାନଙ୍କର ଅନ୍ୟ ସହଯୋଗୀ ଅକ୍ଟୋବର ୧୭ରେ ଦିଲ୍ଲୀରେ ପହଞ୍ଚିବେ ବୋଲି ସୂଚନା ମିଳିଛି। ସନ୍ଦିଗ୍ଧଙ୍କ ସହିତ ସେମାନଙ୍କର ଏକ ବୈଠକ ହେବ। ପ୍ରଥମଥର ପାଇଁ ଏନ୍‌ଆଇଏ ପକ୍ଷରୁ ଏଭଳି ଗୁପ୍ତ ତଥ୍ୟକୁ ବାହାରେ ପ୍ରକାଶ କରାଯାଇଛି। ସନ୍ଦିଗ୍ଧ ଆତଙ୍କବାଦୀମାନେ ଉତ୍ତରପ୍ରଦେଶରେ ପ୍ରବେଶ କରିଥିବା ଖବର ମିଳିବାର ପରେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Share