ଦୀପାବଳିରେ ବାଣ ନ ଫୁଟାଇବାକୁ ଶପଥ ନେଲେ ଶିକ୍ଷାର୍ଥୀ

ବାରାଣସୀ,୨୫।୧୦: ଆଲୋକର ପର୍ବ ଦୀପାବଳିକୁ ଆଉ ମାତ୍ର ଗୋଟିଏ ଦିନ ବାକିଥିବା ବେଳେ ଲୋକେ ବାଣ ଫୁଟାଇବାକୁ ଏବେଠାରୁ ପ୍ରସ୍ତୁତ ହୋଇ ରହି ସାରିଲେଣି। ହେଲେ ଉତ୍ତର ପ୍ରଦେଶ ବାରାଣସୀର ସିଏମ୍‌ ଆଙ୍ଗୋଲା ବେଙ୍ଗଲି କଲେଜର ଶିକ୍ଷାର୍ଥୀମାନେ ଚଳିତ ବର୍ଷ ଦୀପାବଳିରେ ବାଣ ନ ଫୁଟାଇବାକୁ ଶୁକ୍ରବାର ଶପଥ ନେଇଛନ୍ତି। ବାୟୁ ଓ ଶବ୍ଦ ପ୍ରଦୂଷଣକୁ ରୋକି ପରିବେଶକୁ ସୁସ୍ଥ ରଖିବାକୁ ଏମାନେ ଏପରି ଶପଥ ନେଇଥିବା ପ୍ରକାଶ କରିଛନ୍ତି। ସତ୍ୟମ ଚୌହାନ ନାମକ ଜଣେ ଛାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ବାଣ ନ ଫୁଟାଇବାକୁ ସେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ଏହାସହ ସେମାନେ ବାଣ ପରିବର୍ତ୍ତେ ଦୀପ ଜଳାଇ ଦୀପାବଳି ପାଳନ କରିବେ ବୋଲି କହିଛନ୍ତି।

Share