ଦୀପାବଳିରେ ଲକ୍ଷ୍ମୀଙ୍କୁ ଲାଗି କରନ୍ତୁ କ୍ଷୀରି

ଘରେ ସୁଖଶାନ୍ତି ପାଇଁ ଦୀପାବଳିରେ ଶ୍ରୀଯନ୍ତ୍ର ପୂଜନ ସହିତ ମହାଲକ୍ଷ୍ମୀଷ୍ଟକ ପାଠ କଲେ ସୁଫଳ ମିଳେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହି ଦିନ ରାତିରେ ଘରେ ସାତଟି ଗୁଆ ଘିଅ ଦ୍ୱୀପ ଜଳାଇବା ସହିତ ଲକ୍ଷ୍ମୀ ଗଣେଶଙ୍କୁ ପୂଜା କଲେ ଘରେ ଅକ୍ଷୟ ଲକ୍ଷ୍ମୀଙ୍କ ନିବାସ ହୋଇଥାଏ। ଏହା ସହିତ ଶ୍ରୀଚଣ୍ଡିର ଚତୁର୍ଥ ଓ ପଞ୍ଚମ ଅଧ୍ୟାୟ ପାଠ ସହିତ ଯୋନୀ କବଚ ପାଠ କଲେ ସୁଫଳ ମିଳିଥାଏ। ଶ୍ୟାମା ଦଣ୍ଡକ ପାଠ କରିବା ସହିତ ମାତା ଲକ୍ଷ୍ମୀଙ୍କୁ କ୍ଷୀରି ଲାଗି କଲେ ଘରେ ସୁଖଶାନ୍ତି ବୃଦ୍ଧି ପାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।

Share