Categories: ଜାତୀୟ

ଦୀପାବଳିରେ ହେବନାହିଁ ବିଜୁଳି କାଟ: ଆଦିତ୍ୟନାଥ

ଲକ୍ଷ୍ନୌ,୮।୧୦: ଆସନ୍ତା ଦୀପାବଳିରେ ଉତ୍ତର ପ୍ରଦେଶରେ ବିଜୁଳି କାଟ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥାତ୍‌ ୨୪ ଘଣ୍ଟା ପର୍ଯ୍ୟନ୍ତ ବିଜୁଳି ଯୋଗାଇ ଦିଆଯିବ। ଉତ୍ତର ପ୍ରଦେଶ ପାଓ୍ବାର କର୍ପୋରେଶନ ପକ୍ଷରୁ ଅତିରିକ୍ତ ବିଜୁଳି ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି। ଗାଁଠାରୁ ସହର ଯେଉଁଠିବି ବିଜୁଳି କଟିଲା ତାକୁ ତୁରନ୍ତ ମରାମତି କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ଦୀପାବଳିରେ ରାଜ୍ୟକୁ ଅନ୍ଧକାର ମୁକ୍ତ କରିବାକୁ ସରକାର ଏମିତି ଏକ ପଦକ୍ଷେପ ହାତକୁ ନେଇଛନ୍ତି।

Share