Advertisement

ଦୀପାବଳି : ଘରର ସୁଖ ସମୃଦ୍ଧି ଲାଗି ଏସବୁ ବିଷୟ ପ୍ରତି ଦିଅନ୍ତୁ ଧ୍ୟାନ

ଆଲୋକର ପର୍ବ ଦୀପାବଳି। ଏହି ପର୍ବରେ ଘରର ସୁଖ ସମୃଦ୍ଧି ଲାଗି ଅନେକ ବିଷୟ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ। ଏହି ଦିନରେ ମହାକାଳୀଙ୍କ ପୂଜା ଲାଗି ଘର ସାଜ୍ଜସଜ୍ଜା କରାଯାଇଥାଏ। ତେବେ ଜାଣନ୍ତୁ ଏହି ଦିନରେ କେଉଁସବୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ।
ଦୀପାବଳି ଦିନ ସ୍ନାନ ସାରି ନୂତନ ବସ୍ତ୍ର ପରିଧାନ କରି ବୟୋଜ୍ୟେଷ୍ଠମାନଙ୍କ ଆଶୀର୍ବାଦ ନିଅନ୍ତୁ। ପୁଣି ସନ୍ଧ୍ୟାରେ ସ୍ନାନକରି ମା’କାଳୀଙ୍କ ପୂଜା ପ୍ରସ୍ତୁତିରେ ଲାଗିପଡ଼ନ୍ତୁ। ପରେ ମହାଲକ୍ଷ୍ମୀଙ୍କ ଫଟୋ ଲଗାଇ ଗଣେଶଙ୍କୁ ସ୍ଥାପନା କରି ପୂଜା ଆରମ୍ଭ କରନ୍ତୁ। ଘରେ ପ୍ରସ୍ତୁତ ଭୋଜନ ପ୍ରଥମେ ମା’ ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ। ଠାକୁର ଘରେ ନିଜର ଇଷ୍ଟଦେବଦେବୀଙ୍କ ନିକଟରେ ଦୀପ ଲଗାଇ ସାରିବା ପରେ ବାହାରେ ଲଗାନ୍ତୁ। ପୂଜାରେ ଲକ୍ଷ୍ମୀ ଓ ଗଣେଶଙ୍କ ନିକଟରେ ଲଡ଼ୁ ଭୋଗ ଲଗାନ୍ତୁ। ଏପରି କଲେ ଘରେ ସୁଖ ସମୃଦ୍ଧି ବଜାୟ ରହିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel