ଦୀପାବଳି ପୂର୍ବରୁ ଘର ଆଗରେ ଏହିସବୁ ଜିନିଷ ଲଗାନ୍ତୁ

ଆଲୋକର ପର୍ବ ଦୀପାବଳି। ଅଧର୍ମ ଓ ଅସତ୍ୟ ଉପରେ ବିଜୟ ହିଁ ଦୀପାବଳି। ଏହି ଦିନ ରାମ ବନବାସ ସାରି ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ତେଣୁ ରାମଙ୍କୁ ସ୍ବାଗତ କରିବା ପାଇଁ ଅଯୋଧ୍ୟାର ପ୍ରତ୍ୟେକ ଘର ଆଳୋକିତ କରାଯାଇଥିଲା। ଦୀପାବଳି ପ୍ରାୟ ୫ଦିନ ଧରି ପାଳନ କରାଯାଏ। ଧନତେରସ ବା ଧନ୍ବନ୍ତରୀ ତ୍ରୟୋଦଶୀରୁ ଦୀପାବଳି ଆରମ୍ଭ ହୋଇଥାଏ। ପୂର୍ବ ଭାରତରେ ଏହି ଦିନକୁ କାଳୀପୂଜା ଭାବେ ପାଳନ କରାଯାଏ। ଦୀପାବଳି ଆସିଲେ ଲୋକମାନେ ନିଜ ଘରକୁ ଲିଚୁ ଲାଇଟ୍‌ କିମ୍ବା ଦୀପ ଲଗାଇ ସଜାଇଥାନ୍ତି। କିନ୍ତୁ ଏହାପୂର୍ବରୁ ଘର ଆଗରେ ଏହିସବୁ ଜିନିଷ ରଖନ୍ତୁ ମା’ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଶୁଭଫଳ ପ୍ରଦାନ କରିବେ।

ଆମ୍ବ କିମ୍ବା ଅଶୋକ ଗଛର ପତ୍ରକୁ ମିଶାଇ ଏକ ମାଳ ପ୍ରସ୍ତୁତ କରି ଘର ଆଗରେ ଲଗାଇଲେ ଶୁଭଫଳ ମିଳିଥାଏ।

ଦୀପାବଳୀ ସମୟରେ ମା’ ଲକ୍ଷ୍ମୀଙ୍କ ପାଖରେ ପାନ ଗୁଆ ଚଢାଇବା ଉଚିତ୍‌।

ଧାନ କେଣ୍ଡାକୁ ବାନ୍ଧି ଘର ଆଗରେ ଝୁଲାନ୍ତୁ।

ଘର ଆଗରେ ଓଁ ଚିହ୍ନ ଥିବା ଫଟୋ ଲଗାନ୍ତୁ।

ସ୍ବସ୍ତିକ ଚିହ୍ନ ଏକ ପବିତ୍ର ଚିହ୍ନ ହୋଇଥାଏ। ତେଣୁ ଘର ଆଗରେ ସ୍ବସ୍ତିକ ଚିହ୍ନ ଥିବା ଫଟୋ ଲଗାନ୍ତୁ ଏହାଦ୍ୱାରା ମା’ ଲକ୍ଷ୍ମୀ ସନ୍ତୁଷ୍ଟ ହେବେ।

Share