Categories: ଫୁରସତ

ଦୀପାବଳି ୨୦୧୯: କିଛି ତେଲର ବ୍ୟବହାର ବଦଳାଇପାରେ ଆପଣଙ୍କ ଭାଗ୍ୟ, ଜାଣନ୍ତୁ କିପରି….

ହିନ୍ଦୁ ଶାସ୍ତ୍ରରେ କୌଣସି ପୂଜା ଦୀପ ବିନା ସମ୍ପୂର୍ଣ୍ଣ ହୋଇ ନ ଥାଏ। ଅନ୍ତୁଡିଶାଳରୁ ଆରମ୍ଭ କରି ଶ୍ମଶାନ ପର୍ଯ୍ୟନ୍ତ ସବୁଠି ଆଲୋକର ଆବଶ୍ୟକତା ରହିଛି। ଆଉ ଏହି ଆବଶ୍ୟକତାକୁ ପୂରଣ କରିଥାଏ ଦୀପ। ତେବେ ଆଲୋକର ପର୍ବ ଦୀପାବଳିରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। କାରଣ ଦୀପ ବିନା ଦୀପାବଳିର କଳ୍ପନା ଅସମ୍ଭବ। ଏହି ଦିନରେ ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କ ଆରାଧନା କରାଯାଇଥାଏ। ତେବେ ଏହି ଦୀପାବଳିରେ କିଛି ତେଲ ଦ୍ୱାରା ନିଜର ଭାଗ୍ୟ ବଦଳାନ୍ତୁ।

-କୌଣସି ବାଧା ପିଛା ଛାଡୁ ନ ଥିଲେ ଗୁଆଘିଅରେ ଆଳତି କରି ହନୁମାନଙ୍କୁ ଆରାଧନା କରନ୍ତୁ।

-କିଛି ସୋରିଷ ତେଲରେ ନିଜ ମୁହଁ ଦେଖି ଶନିମନ୍ଦିରରେ ରଖି ଆସନ୍ତୁ। ଏହା ସହ ଶନିଦେବଙ୍କୁ ମଧ୍ୟ ସୋରିଷ ତେଲ ଚଢ଼ାନ୍ତୁ । ଏ ପରି କରିବା ଫଳରେ ଶନିଦେବଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିଥାଏ।

-ଦେହ ଭଲ ରହୁ ନ ଥିଲେ ୪୧ ଦିଦ ପର୍ଯ୍ୟନ୍ତ ଓସ୍ତ ଗଛତଳେ ରାଶି ତେଲରେ ଦୀପ ଜଳାନ୍ତୁ। ଏଥିରେ ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ।

-ନିଜର ଏକ ଘର କିଣିବାକୁ ନେଇ ସମସ୍ୟା ଉପୁଜୁଛି କି? ତେବେ ରାଶି ତେଲରେ କିଛି ସୋରିଷ ତେଲ ମିଶାଇ ଲୁହା ଦୀପରେ ଶମି ଗଛ ମୂଳେ ଜଳାନ୍ତୁ। ଦେଖିବେ ଏପରି କଛି ଦିନ କରିବା ଫଳରେ ଏହି ସମସ୍ୟା ଦୂର ହୋଇଯିବ।

Share