Advertisement

ଦୀପାବଳୀ ପାଇଁ ଜୟପୁରରେ ଫୁଲ, ବାଣ ବଜାର

ଜୟପୁର,୨୭ା୧୦(ଡି.ଏନ୍‌.ଏ.): ଦୀପାବଳି ପାଇଁ ଜୟପୁର ସହରର ବଜାର ଚଳଚଞ୍ଚଳ ହୋଇଛି ା ରବିବାର ଦୀପାବଳି ପର୍ବ ପାଳନ ଲାଗି ସହରର ଦୈନିକ ବଜାର ମୁଖ୍ୟରାସ୍ତାରେ ମଣ୍ଡା, ସେବତୀ ଫୁଲର ପସରା ବସିଛି ା ଗ୍ରାମାଞ୍ଚଳରୁ ଆସିଥିବା ମହିଳା ଓ ଅନ୍ୟ ବେପାରୀ ଫୁଲମାଳ ତିଆରି କରି ଭୋର୍‌ ବେଳୁ ବିକ୍ରି କରିବାରେ ଲାଗିଛନ୍ତି। ସେହିପରି ଦୀପାବଳି ପୂଜା ପାଇଁ ଚୁଡ଼ା, ଆଖୁ, କଦଳୀ, ଅନ୍ୟ ଫଳମୂଳ, କାଉଁରି କାଠି, ଦୀପ ବିକ୍ରି ଚାଲିଛି। ଲୋକଙ୍କ ଚାହିଦା ଅନୁଯାୟୀ ଫଳମୂଳ ଦର ବୃଦ୍ଧି ପାଇଛି ା ଗତ ଶୁକ୍ରବାର ସନ୍ଧ୍ୟାରୁ ବାଣ ବିକ୍ରି ପାଇଁ ପ୍ରଶାସନ ଅନୁମତି ଦେବା ପରେ ୩୪ଟି ବାଣ ଦୋକାନ ଆରମ୍ଭ ହୋଇଥିଲା। ରବିବାର ପାଗ ଶୁଖିଲା ଥିବାରୁ ବାଣବିକ୍ରି ଚାଲିଛି। ବେପାର ଭଲ ହେବ ବୋଲି ଆଶା କରିଛନ୍ତି ବ୍ୟବସାୟୀ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share