ଦୀପିକାଙ୍କୁ ସମ୍ମାନୀତ କରିବେ କମଳ ନାଥ ସରକାର

ଭୋପାଳ,୧୧।୧: ମଧ୍ୟପ୍ରଦେଶ ସରକାର ବଲିଉଡ୍‌ ମୁଭି ‘ଛପାକ’କୁ ଟ୍ୟାକ୍ସ ଫ୍ରି କରିବା ପରେ ଏବେ ଏହାର ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସମ୍ମାନୀତ କରିବେ ବୋଲି କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଇନ୍ଦୋରରେ ଆୟୋଜିତ ହେବାକୁ ଥିବା , ଅନ୍ତରାଷ୍ଟ୍ରୀୟ ଭାରତୀୟ ଫିଲ୍ମ ଏକାଡେମୀ ପୁରସ୍କାର(ଆଇଫା ଆଓ୍ବାର୍ଡ)କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନୀତ କରାଯିବ। ଅନ୍ୟପଟେ ଏହାକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ କଥା କଟାକଟି ଚାଲିଛି। ଏହାକୁ ନେଇ କମଳ ନାଥ ଟୁଇଟ୍‌ କରିଛନ୍ତି। ସେ କହିଛନ୍ତି, ଫିଲ୍ମ ଓ କଳାକାରଙ୍କୁ ଦଳ, ବିଚାରଧାରାରେ ବାଣ୍ଟିବା ଓ ରାଜନୀତିରେ ଯୋଡିବା ଭୁଲ୍‌ ପରମ୍ପରା। ଦେଶରେ କାହାର ଅଧିକାର ନାହିଁ ଯେ ସେ କେଉଁ ଫିଲ୍ମ ଦେଖିଲେ ଅବା ନ ଦେଖିଲେ ତାକୁ ନେଇ ପ୍ରଶ୍ନ କରିବା।

Share