ଦୀପିକାଙ୍କ ଆଖିମରା ଦେଖି ପ୍ରିୟାପ୍ରକାଶଙ୍କୁ ଭୁଲିଯିବେ ଦର୍ଶକେ,  ଭିଡିଓ ଭାଇରାଲ

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଆଜିକାଲି ଫିଲ୍ମ ‘ଛପାକ୍‌’ର ପ୍ରମୋଶନରେ ବ୍ୟସ୍ତ ରହୁଛନ୍ତି। ଏହି ଅବସରରେ ଦୀପିକା ଫିଲ୍ମର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଦୀପିକା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏମିତି ଏକ ଭିଡିଓ ଶେୟାର କରିଛନ୍ତି, ଯାହାକୁ ଦେଖିଲେ ପ୍ରିୟାପ୍ରକାଶଙ୍କ ଆଖିମରାକୁ ଦର୍ଶକେ ବି ଭୁଲିଯିବେ। ‘ଛପାକ୍‌’ଫିଲ୍ମର ଡାଇରେକ୍ଟର ମେଘନା ଗୁଲଜାରଙ୍କ ସହିତ ଦୀପିକା କିଛି କଥା ହେଉଥିବା ବେଳେ ଯେମିତି କ୍ୟାମେରା ଉପରେ ନଜର ପଡ଼ିଛି ସେ ଏମିତି ଆଖି ମାରିଛନ୍ତି ଯେ ଭିଡିଓଟିକୁ ଦେଖିଲେ ସ୍ପଷ୍ଟ ଜାଣିପାରିବେ।

‘ଛପାକ୍‌’ ଆସନ୍ତା ଜାନୁୟାରୀ ୧୦ରେ ରିଲିଜ୍‌ ହେବ। ଏହି ଫିଲ୍ମରେ ଦୀପିକାଙ୍କ ସହିତ ବିକ୍ରାନ୍ତ ମେସି ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମଟି ଏସିଡ୍‌ ଆକ୍ରମଣ ପୀଡ଼ିତା ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ଜୀବନୀ ଉପରେ ଆଧାରିତ।

Share