Categories: ଜାତୀୟ

ଦୀପିକାଙ୍କ ଉପରେ ବର୍ଷିଲେ ସ୍ମୃତି

ନୂଆଦିଲ୍ଲୀ,୧୦।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି(ଜେଏନ୍‌ୟୁ) ହିଂସାକୁ ନେଇ ରାଜନୀତି ହୋଇଛି ସରଗରମ। ଦିନକ ପୂର୍ବରୁ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଜେଏନ୍‌ୟୁ ଗସ୍ତକୁ ନେଇ ବିବାଦ ଉପୁଜିଥିବା ବେଳେ ଏବେ ତାଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି। ଶୁକ୍ରବାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ମୃତି ଦୀପିକାଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଯେଉଁମାନେ ଦେଶକୁ ଭାଗ ଭାଗ କରିବାକୁ ଚାହୁଁଛନ୍ତି ଦୀପିକା ସେମାନଙ୍କୁ ସମର୍ଥନ ଜଣାଇଛନ୍ତି। ଯେଉଁମାନେ ଦୀପିକାଙ୍କ ଜେଏନ୍‌ୟୁ ଗସ୍ତ ଖବର କଥା ଜାଣିଥିବେ ସେମାନେ ନିଶ୍ଚୟ ବୁଝିଯାଇଥିବେ ଯେ ଦୀପିକା ସେଠାକୁ କାହିଁକି ଯାଇଥିଲେ। ସୂଚନାଯୋଗ୍ୟ, ଜେଏନ୍‌ୟୁ ହିଂସା ପରେ ଦୀପିକା ସେଠାକୁ ଗସ୍ତ କରିବା ପରେ ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ସାକ୍ଷୀ ମହାରାଜ ମଧ୍ୟ ତାଙ୍କ ଉପରେ ଅଭିଯୋଗ ଆଣିଥିଲେ।

Share