Categories: ଫୁରସତ

ଦୀପିକାଙ୍କ ନାଁରେ ତିଆରି ହେଲା ଜୋତା

ଫ୍ରାନ୍ସର ଫ୍ୟାଶନ୍‌ ଡିଜାଇନର ଖ୍ରୀଷ୍ଟିଆନ୍‌ ଲୁକୋଟିନ୍‌ ଏବେ ବଲିଉଡ୍‌ କୁଇନ୍‌ ଦୀପିକା ପାଦୁକୋନଙ୍କ ନାଁ ଅନୁସାରେ ତିଆରି କରିଛନ୍ତି ଏକ ହାଇହିଲ୍‌। ଏହା ଦେଖିବାକୁ ଯେତିକି ସୁନ୍ଦର ଏହା ଦାମ୍‌ ମଧ୍ୟ ସେତିକି ଅଧିକ। ଏବେ ଦୀପିକା କାନ୍ସ ଫିଲ୍ମ ପେଷ୍ଟିଭାଲରେ ଚର୍ଚ୍ଚିତ ଚେହେରା ହୋଇଥିବା ବେଳେ ଅନେକ ସମୟରେ ସେ ଷ୍ଟାଇଲିସ୍‌ ଜୋତା, ପର୍ସ ଆଦି କ୍ୟାରି କରିବାକୁ ଭଲ ପାଆନ୍ତି। ସେ ଅନେକ ଥର ଖ୍ରୀଷ୍ଟିଆନ୍‌ ଲୁକୋଟିନ୍‌ଙ୍କ ଡିଜାଇନ୍‌ ହୋଇଥିବା ଜୋତା ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳିଛି। ଦୀପିକାଙ୍କର ଏହି ରୁଚିକୁ ଦେଖି ଖ୍ରୀଷ୍ଟିଆନ୍‌ ଲୁକୋଟିନ୍‌ ତାଙ୍କ ନାଁରେ ଏବେ ଏମିତି ଏକ ହାଇହିଲ୍‌ ତିଆରି କରିଛନ୍ତି ଯାହା ବେଶ୍‌ ଆକର୍ଷଣୀୟ ହୋଇଛି। କଳା ରଙ୍ଗର ଏହି ହାଇ ହିଲ୍‌ଟି ସାଧାରଣ ହାଇହିଲ୍‌ ଠାରୁ ଟିକେ ଭିନ୍ନ। ଅନ୍ୟସବୁର ହିଲ୍‌ ସିଧା ହୋଇଥିବା ବେଳେ ଦୀପିକାଙ୍କ ନାଁରେ ତିଆରି ହୋଇଥିବା ବ୍ଲାକ କଲରର ଏହି ହିଲ୍‌ କିନ୍ତୁ ଅଙ୍କାବଙ୍କା। ଯାହା ଦେଖିବାକୁ ଖୁବ୍‌ ସୁନ୍ଦର ହୋଇଛି। ତେବେ ଏହି ହିଲ୍‌ର ଦାମ୍‌ ରହିଛି ପାଖାପାଖି ୯୯୫ ଡଲାର ବା ୭୦ ହଜାର ଟଙ୍କା।

Share