ଦୀପିକାଙ୍କ ସ୍ଲିମ୍‌ ଟ୍ରିମ୍‌ ମିଶନ

ଦୀପିକା ପାଦୁକୋନ୍‌-ପୁଣି ସେ ସ୍ଲିମ୍‌ ଟ୍ରିମ ମିଶନରେ ବ୍ୟସ୍ତ। ଏହାକୁ ଅନେକ ସହଜରେ ହଜମ କରିପାରିବେ ନାହିଁ। କାରଣ ସେମିତି ଦେଖିବାକୁ ସେ ତ ପତଳୀ। ପୁଣି ସେଥିରେ ଆହୁରି ପତଳା ହେବାକୁ ଚାହୁଁଛନ୍ତି? କଥାଟି ସତ। ନିକଟରେ ସେ ଏକ ଅନଟାଇଟଲଡ ଫିଲ୍ମ ସାଇନ୍‌ କରିଛନ୍ତି ଯେଉଁଥିପାଇଁ ତାଙ୍କୁ ଓଜନ କମାଇବାକୁ ପଡ଼ିବ। ଏଥିପାଇଁ ସେ ପୂରାଦମ୍‌ରେ ଲାଗିପଡିଛନ୍ତି। କାରଣ ଅଳ୍ପଦିନ ଭିତରେ ତାଙ୍କୁ ଏହି କାମ ଶେଷ କରିବାକୁ ପଡ଼ିବ। ତେଣୁ ଡାଏଟିଂ ଉପରେ ଅଧିକ ଧ୍ୟାନ ଦେବା ସହ ଜିମ୍‌ରେ ଅଧିକ ସମୟ କଟାଉଛନ୍ତି। ସୂଚନାଯୋଗ୍ୟ ବର୍ତ୍ତମାନ କପିଳ ଦେବଙ୍କ ବାୟୋପିକ୍‌ରେ ପତିଦେବ ରଣବୀର ସିଂଙ୍କ ଅପୋଜିଟ୍‌ରେ ସେ ରୋମି ଚରିତ୍ରରେ ଅଭିନୟ କରୁଛନ୍ତି।

Share