ଦୀପିକା ଜଣେ ଭଲ ଅଭିନେତ୍ରୀ: ମାଧୁରୀ

ମୁମ୍ବାଇ: ବଲିଉଡ୍‌ର ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦିକ୍ଷିତ ଅଭିନୟରେ ଯେମିତି ପାରଙ୍ଗମ ନୃତ୍ୟରେ ବି ସେମିତି ପାରଙ୍ଗମ। ନିକଟରେ କିନ୍ତୁ ମାଧୁରୀ କହିଛନ୍ତି ଏବେ ବଲିଉଡ୍‌ରେ ଆଗଧାଡିର ନାୟିକାଙ୍କ ମଧ୍ୟରେ ଦୀପିକା ଜଣେ ଭଲ ଅଭିନେତ୍ରୀ। ନିକଟରେ ଦେଇଥିବା ଏକ ସାକ୍ଷାତ୍‌କାରରେ ମାଧୁରୀ ଏମିତି କହିଛନ୍ତି। ତାଙ୍କ ମତରେ ଦୀପିକା ଯେଉଁ ଚରିତ୍ରରେ ଅଭିନୟ କରନ୍ତି ସେଥିରେ ସେ ସମ୍ପୂର୍ଣ୍ଣ ଭାବେ ବୁଡି ଯାଆନ୍ତି। ଏହାସହ ସବୁ ବଡ ବଡ ଚରିତ୍ରକୁ ମଧ୍ୟ ଦୀପିକା ବେଶ୍‌ ଭଲ ଢଙ୍ଗରେ ଫୁଟାଇ ପାରନ୍ତି। ଏବେ ମାଧୁରୀ ବଲିଉଡ୍‌ ପରଦାରେ ନଜର ଆସୁ ନ ଥିଲେ ମଧ୍ୟ ଟେଲିଭିଜନ ଶୋ’ର ବିଚାରକ ମଣ୍ଡଳୀରେ ଦେଖାଯାଉଛନ୍ତି। ଅନ୍ୟପଟେ ଦୀପିକା ଖୁବଶୀଘ୍ର ଫିଲ୍ମ ‘୮୩’ରେ ନଜର ଆସିବେ। ଯାହାକୁ ଦର୍ଶକେ ଏବେ ଅପେକ୍ଷା ରଖିଛନ୍ତି। କରୋନା ମାହାମାରୀ ପାଇଁ ଏବେ ସିନେମା ହଲ୍‌ ବନ୍ଦ ଥିବାରୁ କିଛି ଫିଲ୍ମ ରିଲିଜ ଅପେକ୍ଷାରେ ରହିଛି।

Share